ରାସ୍ତାକୁ ଓହ୍ଲାଇଲେ ଚାଷୀ: ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ । ମାସମାସ ଧରି ମଣ୍ଡିରେ ପଡ଼ିରହୁଛି ଧାନ, ବାରମ୍ବାର ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ

78
କନକ ବ୍ୟୁରୋ: ସରୁନି ମଣ୍ଡି ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ଚାଷୀ । ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି ଶତାଧିକ ଚାଷୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୪ଟି ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି । ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ମାସ ମାସ ଧରି ଅପେକ୍ଷା କରୁଛନ୍ତି । କିନ୍ତୁ ଧାନ କିଣୁଥିବା କର୍ତୃପକ୍ଷ ପ୍ରିୟା ପ୍ରିତୀ ତୋଷଣ ମନୋଭାବ ରଖି ବାଛି ବାଛି କିଛି ଚାଷୀଙ୍କ ଧାନ କିଣୁଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଶହଶହ ଚାଷୀ ।
ସେପଟେ ଆରଏମସି ନିର୍ଦ୍ଦେଶକ ତଥା କଂଗ୍ରେସ ନେତା କ୍ଷେମାରାଜ ବାଘଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଆଜକୁ ପ୍ରାୟ ମାସେ ହେଲା ଚାଷୀଙ୍କ ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏଭଳି ଅବ୍ୟବସ୍ଥାର ସମାଧନ ନହେଲେ ରାସ୍ତାରୁ ଚାଷୀ ହଟିବେ ନାହିଁ ବୋଲି କହିଛନ୍ତି ଚାଷୀ ।