ଚାଷୀଙ୍କ ପୁଅ ରଚିଲା ଇତିହାସ ! ୟୁଥ୍ ଅଲମ୍ପିକ୍ସ ଗେମ୍ସରେ ଭାରତ ପାଇଁ ଆଣିଲେ ପଦକ, ମୋଦି ଜଣାଇଲେ ଅଭିନନ୍ଦନ ।

26

ୟୁଥ୍ ଅଲମ୍ପିକ୍ସ ଗେମ୍ସ ୨୦୧୮ରେ ଆକାଶ ମଲ୍ଲିକ ତୀରନ୍ଦାଜୀ ପ୍ରତିଯୋଗିତାରେ ସିଲଭର ମେଡାଲ ଜିତି ଇତିହାସ ରଚିଛନ୍ତି । ଏହା ସହ ସିଲଭର ମେଡାଲ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଯାଇଛନ୍ତି । ୧୫ ବର୍ଷୀୟ ଆକାଶ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ତାଙ୍କ ବାପା ଜଣେ ଚାଷୀ ଅଟନ୍ତି । ଫାଇନାଲରେ ସେ ଆମେରିକାର ଟ୍ରେଣ୍ଟନ୍ କୋଲେସଙ୍କ ଠାରୁ ୬-୦ ପଏଣ୍ଟରେ ହାରିଯାଇଥିଲେ । ସୂଚନା ଅନୁଯାୟୀ, ୟୁଥ୍ ଗେମ୍ସରେ ଭାରତ ୩ଟି ଗୋଲ୍ଡ, ୯ଟି ସିଲଭର ଏବଂ ଗୋଟିଏ ବ୍ରୋଞ୍ଜ୍ ମେଡାଲ ଜିତିଛି ।

ହରିୟାଣା ନିବାସୀ ଆକାଶ ସ୍ୱର୍ଣ୍ଣ ପଦକ ଜିତିପାରିନାହାନ୍ତି ସତ, କିନ୍ତୁ ସେ ସମଗ୍ର ଭାରତର ହୃଦୟ ଜିତିପାରିଛନ୍ତି । ଯେଉଁଠାରେ ଅଧିକାଂଶ ଲୋକ କ୍ରିକେଟ ଏବଂ ଫୁଟବଲର ଦିୱାନା ଅଟନ୍ତି, ସେହିଠାରେ ଆକାଶ ପ୍ରମାଣ କରିଦେଇଛନ୍ତି ଯେ, ଏହି ସବୁ ଖେଳରେ ମଧ୍ୟ ଭାରତର ପିଲାମାନେ କିଛି କମ୍ ନୁହନ୍ତି । ଆକାଶଙ୍କୁ ଏହି ସଫଳତାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶଂସା କରାଯାଇଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ଆକାଶକୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନା ଅନୁଯାୟୀ, ମାତ୍ର ୬ ବର୍ଷ ବୟସରୁ ହିଁ ଆକାଶ ତୀରନ୍ଦାଜୀ ଶିଖିବା ଆରମ୍ଭ କରିଦେଇଥିଲେ ।