କୃଷି ବିଲ ବିରୋଧରେ ସାରା ଓଡିଶାରେ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଚାଷୀ, ଚୁକ୍ତିଭିତିକ ଚାଷ ଓ ଏମଏସପି ପ୍ରସଙ୍ଗରେ ପ୍ରବଳ ବିରୋଧ । ଏମଏସପି ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ପରେ ବି ସାରା ଦେଶରେ ଆନ୍ଦୋଳନ ।

120

କନକ ବ୍ୟୁରୋ: କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା କୃଷକ ବିଲ ବିରୋଧରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ବିରୋଧ ପ୍ରତିବାଦ । ଭୁବନେଶ୍ୱରରେ ବାମ ଦଳ ଓ ବାମ ଦଳର ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶପୁତଳିକା ଦାହ କରିଛନ୍ତି । ସହିପରି କାକଟପୁରରେ ସିପିଆଇ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ କୃଷି ବିଲକୁ ବିରୋଧ କରି ରାସ୍ତାରୋକ କରିଛନ୍ତି । ଏହା ସହିତ ଚାଷୀ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରିଛନ୍ତି । ସେହିପରି ମାଲକାନଗିରିରେ ମଧ୍ୟ କୃଷି ବିଲକୁ ବିରୋଧ କରାଯାଇଛି । 

ତେବେ ଭୁବନେଶ୍ୱର, ବରଗଡ଼, ନବରଙ୍ଗପୁର, ମାଲକାନଗିରି, ଯାଜପୁର, ଗୁଣୁପୁର, ଅସ୍ତରଙ୍ଗ ଏବଂ ବସ୍ତା ଭଳି ସ୍ଥାନରେ ଏହି ବିଲକୁ ନେଇ ପ୍ରବଳ ବିରୋଧ ଦେଖିବାକୁ ମିଳିିଛି । ଆଉ କେନ୍ଦ୍ର ସରକାର କୃଷି ବିରୋଧୀ ବୋଲି ଅଭିଯୋଗ ଆଣିଛନ୍ତି ଅନ୍ନଦାତା ।

Comments are closed.