ଅନଶନରେ ଅନ୍ନଦାତା । ମଣ୍ଡିରୁ ଧାନ ଉଠାଇବା ଦାବିରେ ଖୋର୍ଦ୍ଧା ଶ୍ରୀଚନ୍ଦନପୁରରେ ଚାଷୀଙ୍କ ଆମରଣ ଅନଶନ, ରାତି ତମାମ ଶୀତକାକରରେ ପଡିରହିଛନ୍ତି ଚାଷୀ

ଦାବି ପୂରଣ ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ

63

କନକ ବ୍ୟୁରୋ : ଅନଶନରେ ଅନ୍ନଦାତା । ଦାବି ପୂରଣ ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ । ଏହି ଦୃଶ୍ୟ ହେଉଛି ଖୋର୍ଦ୍ଧା ଶ୍ରୀଚନ୍ଦନପୁର ସେବା ସମବାୟ ସମ୍ମୁଖର । ରାତି ତମାମ ଶୀତକାକରରେ ପଡିରହିଛନ୍ତି ଚାଷୀ । ଦ୍ୱିତୀୟ ଦିନରେ ଜାରି ରହିଛି ଚାଷୀଙ୍କ ଅନଶନ । ନିଜ ଅମଳ ଧାନର ହକ ପାଇଁ ଶୀତକାକରରେ ବସିଛନ୍ତି ଚାଷୀ ।
ଗତ ୨ ତାରିଖ ଦିନ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାଜରାସ୍ତା ଅବରୋଡଧ କରିିଥିଲେ ଶ୍ରୀଚନ୍ଦନପୁର ଚାଷୀ । ପରେ ଯୋଗାଣ ବିଭାଗର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା । ମାତ୍ର ପ୍ରତିଶ୍ରୁତିର କିଛି ଘଂଟା ପରେ ଯୋଗାଣ ବିଭାଗ ଭୁଲିଗଲା ଚାଷୀଙ୍କୁ । ଆଉ ମଣ୍ଡିରୁ ଧାନ ଉଠାଇନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଶ୍ରୀଚନ୍ଦନପୁର ପାଟଣା ମଣ୍ଡି ପାଇଁ ଚଳିତବର୍ଷ ୨୪୫ଜଣ ଚାଷୀ ପଂଜିକୃତ କରିଛନ୍ତି । ସେମାନଙ୍କ ଠାରୁ ୧୪ ହଜାର କୁଇଂଟାଲ ଧାନ ସଂଗ୍ରହର ବ୍ୟବସ୍ଥା ଅଛି । ବର୍ତମାନ ସୁଦ୍ଧା ୫ହଜାର ୯୫ କୁଇଂଟାଲ ଧାନ ନିଆଯାଇଛି । ଟୋକନ ପାଇ ମଧ୍ୟ ଚାଷୀଙ୍କ ପାଳି ପଡୁନାହିଁ । ଗୋଟିଏ ପାଳିରେ ହଜାରେରୁ ୧୨ଶହ କୁଇଂଟାଲ ପରିବର୍ତେ ୫୦୦ କୁଇଂଟାଲ ଉଠାଇବାକୁ ଅନୁମତି ଦେଇଛି ଯୋଗାଣ ବିଭାଦ । ଫଳରେ ଅନେକ ଚାଷୀ ବାଦ ପଡିଛନ୍ତିା ଏବେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବାକୁ ଜିଦ ଧରିଛନ୍ତି ଚାଷୀ ।