ଗଞ୍ଜାମ ପାତ୍ରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : ବର୍ଷା ଜନିତ କ୍ଷତି ଦେଖି ସହିପାରିଲେ ନାହିଁ ଉଲୁମା ଗାଁର କୈଳାଶ ସବର

କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ସୂଚନା

82

କନକ ବ୍ୟୁରୋ : ଜୱାଦ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ  ଲଗାଣ ବର୍ଷା ଚାଷୀଙ୍କ ପାଇଁ ଦୁଃଖ ଆଣିଦେଇଛି । ଧାନ ଓ ପନିପରିବା କ୍ଷତି ସହିନପାରି ପାତ୍ରପୁର ଅଂଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଉଲୁମା ଗାଁର ୫୫ ବର୍ଷୀୟ ଚାଷୀ କୈଳାସ ଶବର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ପରିବାର । କୈଳାସ ଘରର ଜଣେମାତ୍ର ରୋଜଗାରିଆ ବ୍ୟକ୍ତି ଓ ମୁରବୀ ଥିଲେ । ଟି. ନାମେଶ୍ୱର ପାତ୍ରଙ୍କ ପ୍ରାୟ ୨ ଏକର ଜମିରେ ସେ ଧାନ ଓ ପାଖାପାଖି ୧ ଏକର ଜମିରେ କାଙ୍କଡ, ଟମାଟୋ ଓ ବାଇଗଣ ଭଳି ପରିବା ଚାଷ କରିଥିଲେ । ଋଣ କରି ଏସବୁ ଚାଷବାସ କରିଥିବାବେଳେ ଫସଲ କ୍ଷତି ଯୋଗୁଁ କେମିତି ଋଣ ଶୁଝିବେ, ସେହି ଚିନ୍ତାରେ ଚରମ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ । ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିବାରୁ ଫସଲ ନଷ୍ଟ ହୋଇଥିଲା ଓ ଏହାକୁ ଦେଖି ସେ ମାନସିକ ଭାବେ ଭାଙ୍ଗି ପଡିଥିଲେ ।

କୈଳାସ ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ଓ ମୁରବି ଥିଲେ । ଟି.ନାମେଶ୍ବର ପାତ୍ରଙ୍କ ପ୍ରାୟ ଦୁଇଏକର ଚାଷଜମିରେ ସେ ଧାନ ଏବଂ ପାଖାପାଖି ଗୋଟିଏ ଏକର ଜମିରେ କାଙ୍କଡ଼, ଟମାଟୋ ଓ ବାଇଗଣ ଭଳି କିଛି ପରିବା ଚାଷ କରିଥିଲେ । ହେଲେ ‘ଜୱାଦ୍’ ବାତ୍ୟାର ପ୍ରଭାବରେ ଶୁକ୍ରବାର ଓ ଗତକାଲି ଲଗାଣ ବର୍ଷା ହେତୁ ଫସଲ ନଷ୍ଟ ହୋଇଯିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ । ଧାନକ୍ଷେତ ସଂପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ପାଲଟିଥିବାରୁ ତାଙ୍କ ଦୁଃଖ ଆହୁରି ବଢ଼ିଯାଇଥିଲା । ଫଳରେ ପରିବାର ପ୍ରତିପୋଷଣ କେମିତି ହେବ, ଏହି ଚିନ୍ତା କୈଳାସଙ୍କୁ ଘାରିଥିଲା । ରବିବାର ସକାଳେ ତୁରୁବୁଡ଼ି ବଜାରକୁ ଯାଇ ପରିବା ବିକି ଘରକୁ ଫେରିଥିଲେ । ଆଉ ମଧ୍ୟାହ୍ନରେ କାଙ୍କଡ଼ ଗଛରେ ପକାଇବାକୁ ବ୍ୟବହାର କରାଯାଉଥିବା କୀଟନାଶକ ଔଷଧ ପିଇଦେଇଥିଲେ । ପରିବାର ଲୋକେ କୈଳାସଙ୍କୁ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ପତ୍ନୀ ପଦ୍ମା କହିଛନ୍ତି ।

ଘଟଣାସ୍ଥଳରେ ଜରଡ଼ା ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା । ତହସଲିଦାର ଅମିତ କୁମାର ନାୟକ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ । ଏହାସହ ରେଡକ୍ରସ୍ ପାଣ୍ଠିରୁ ୧୦ହଜର ଟଙ୍କା ସହାୟତା ପ୍ରଦାନ କରିଥିଲେ ।