ହାତର ମେହେନ୍ଦି ଖୋଲିଲା ମୃତ୍ୟୁର ରାଜ୍ ! ହାତରେ ସୁଇସାଇଡ୍ ନୋଟ୍ ଆଙ୍କି ଜୀବନ ହାରିଲେ ପ୍ରେମିକା

366

ବିହାରର ଜଣେ ୨୧ ବର୍ଷୀୟା ଗାଆଁର ଝିଅ ପ୍ରେମରେ ପ୍ରତାରଣା ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଏହି ଯୁବତୀଙ୍କ ହାତକରୁ ତାଙ୍କ ମୃତ୍ୟୁ ରହସ୍ୟ ଜଣାପଡ଼ିଛି । ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ ନିଜ ହାତରେ ମେହେନ୍ଦୀରେ ନିଜ ପ୍ରେମିକଙ୍କ ନାମ ଓ ଫୋନ୍‌ ନମ୍ବର ଲେଖିବା ସହ ସେ ପ୍ରତାରଣା ଦେଇଛନ୍ତି ବୋଲି ଉଲ୍ଲେଖ କରି ଆତ୍ମହତ୍ୟା କରିଛନ୍ତି । ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଉଲ୍ଲେଖଯୋଗ୍ୟ, ଯୁବତୀଙ୍କ ପରିବାର ଲୋକ ପାଟ୍‌ନାର ବାସିନ୍ଦା । ଯୁବତୀ ଜଣକ ସେଠାରେ ରହି ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ସଂପର୍କୀୟଙ୍କ କହିବା ଅନୁଯାୟୀ, ସେ ସେଠାରେ ସେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତଜ୍ଞା କରି ପରେ କଥାରୁ ଓହରି ଯିବାରୁ ଯୁବତୀ ଭାଙ୍ଗି ପଡ଼ିଥିଲେ । ସେ ଚୁପ୍‌ଚାପ ରହିବାକୁ ଲାଗିଲେ । ଫଳରେ ପରିବାର ଲୋକ ତାଙ୍କର ମନ ପରିବର୍ତ୍ତନ କରିବା ପାଇଁ ତାଙ୍କୁ ପରିୟାଦବାଦ୍‌ ନେଇ ଆସିଲେ । ସେଠାରେ ବି ସେ ଖୁବ୍‌ ଚୁପ୍‌ ରହୁଥିଲେ ।

ଶନିବାର ଦିନ ଯୁବତୀ ରହୁଥିବା ଘରର ତୃତୀୟ ମହଲାକୁ ଚାଲି ଯାଇଥିଲେ। ସେଠାରୁ ସେ ଡେଇଁ କରି ଆତ୍ମହତ୍ୟା କରିଥିବା ଖବର ରହିଛି । ଯୁବତୀ ଆତ୍ମହତ୍ୟା କରିବା ସମୟରେ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି ।