କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ବିମାନବନ୍ଦରରେ ହୋଇଛନ୍ତି ହଟହଟା । ପରିବାର ସହ ବିଦେଶ ଯାତ୍ରା କରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ହଟହଟା ହୋଇଛନ୍ତି ଇରଫାନ । ବିମାନବନ୍ଦରରେ ଖରାପ ବ୍ୟବହାର ସହ ଭିସ୍ତାରାର ଚେକ-ଇନ୍ କାଉଣ୍ଟରରେ ପ୍ରାୟ ଦେଢ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଇରଫାନ୍ ।

Advertisment

ଇରଫାନଙ୍କ ପୋଷ୍ଟ ଅନୁଯାୟୀ, ବୁଧବାର ନିଜ ପରିବାର ସହ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ଇରଫାନ । ସାଥୀରେ ଥିଲେ ପତ୍ନୀ ଏବଂ ଦୁଇ ପୁଅ ଓ ଝିଅ । ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଥାନ୍ତେ ଇରଫାନ୍ । ଏସିଆ କପର ଭାଷ୍ୟକାର ଟିମରେ ସାମିଲ ହୋଇଥିବାରୁ ଦୁବାଇ ଯାତ୍ରା କରୂଥିଲେ ଇରଫାନ୍ । କିନ୍ତୁ ବିମାନବନ୍ଦରରେ ତାଙ୍କ ସହ ଖରାପ ବ୍ୟବହାର କରାଗଲା । ଭିସ୍ତାରା ପକ୍ଷରୁ ମିଳିଥିବା ଟିକେଟରେ ହେରଫେର କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଇରଫାନ୍ ।ଆଉ ଏହି ସମସ୍ୟାର ସମାଧାନ କରିବାକୁ ଦେଢ ଘଣ୍ଟା ଧରି କାଉଣ୍ଟରରେ ଛିଡା ହୋଇଥିଲେ ଇରଫାନ୍ ।

ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଉପସ୍ଥିତ ଥିବା କର୍ମଚାରୀ ବିଭିନ୍ନ ବାହାନା କାଢିଥିଲେ । କେବଳ ମୁଁ ନୁହେଁ, ଏଭଳି ଅନେକ ଯାତ୍ରୀ ଥିଲେ ଯେଉଁମାନଙ୍କର ସମାନ ସମସ୍ୟା ହୋଇଥିଲା । ଆବଶ୍ୟକ ସିଟ୍ ଠାରୁ କିଭଳି ଅଧିକ ଟିକେଟ ବିକ୍ରି ହୋଇଥିଲା ଏବଂ ମ୍ୟାନେଜମେଣ୍ଟ ଏହାକୁ କିଭଳି ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ଇରଫାନ । ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରୁଛି କି ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯେପରି ମୋ ଭଳି ଅନ୍ୟ କେହି ଏହି ସମସ୍ୟା ନ ଭୋଗନ୍ତୁ । ଆସନ୍ତା ୨୭ରୁ ଆରମ୍ଭ ହେବ ଏସିଆ କପ୍ । ଆଉ ୨୮ରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।