ପଡ଼ିଆରେ ପସିଲେ, ରୋହିତଙ୍କ ପାଦ ଛୁଇଁଲେ ପ୍ରଶଂସକ । ଭାଇରାଲ୍ ହେଲା ପୁଣେ ଟେଷ୍ଟରେ ପ୍ରଶଂସକଙ୍କ ପାଦ ଛୁଆଁ ଦୃଶ୍ୟ

1,511

କନକ ବୁରୋ: ପୁଣେ ଟେଷ୍ଟରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ । ପଡିଆରେ ଖେଳ ଚାଲିଥିବା ବେଳେ ପ୍ରଶଂସକ ପସି ଆସିଥିଲେ ପଡିଆ ଭିତରକୁ । ଦେହରେ ପିନ୍ଧିଥିଲେ ଟିମ ଇଣ୍ଡିଆର ଜର୍ସି । ସିଧା ପହଁଚିଥିଲେ ରୋହିତ ଶର୍ମାଙ୍କ ପାଖରେ । ହଠାତ୍ ଏପରି ଘଟଣା ଦେଖି ହଡବଡେଇ ଯାଇଥିଲେ ରୋହିତ ଶର୍ମା । ପ୍ରଶଂସକ ଜଣକ ରୋହିତ ଶର୍ମାଙ୍କୁ ପାଦ ଛୁଇଁବାକୁ ଉଦ୍ୟମ କରିବା ମାତ୍ରେ ରୋହିତ ଶର୍ମା ତାଙ୍କୁ ଦୂରେଇବା ପାଇଁ ଉଦ୍ୟମ କରିଥିଲେ ।

ତେବେ କିଛି ମିନିଟ୍ ଧରି ଚାଲିଥିଲା ଏହି ଘଟଣା । ଏହାରି ଭିତରେ ରୋହିତ ଶର୍ମା ପଡିଆରେ ଖସି ପଡିଥିଲେ । ପାଖରେ ଥିଲେ କ୍ୟାପଟେନ୍ କୋହଲି । ତୁରନ୍ତ ସୁରକ୍ଷାକର୍ମୀ ପହଁଚି ଫ୍ୟାନ ଜଣଙ୍କୁ ଧରି ନେଇ ପଡିଆ ବାହାରକୁ ନେଇଯାଇଥିଲେ । ଏପରି ଘଟଣାକୁ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି । ଗାଭାସ୍କର ସିଧାସଳଖ ପ୍ରଶ୍ନ କରିଛନ୍ତି, ଖେଳ ପଡିଆ ଚାରିପାଖେ ମୁତୟନ ଥିବା ସୁରକ୍ଷାକର୍ମୀ କରୁଥିଲେ କଣ । ସେମାନେ ସେଠାରେ ମ୍ୟାଚ ଦେଖିବାକୁ ନୁହଁ ବରଂ ମ୍ୟାଚକୁ ସୁରକ୍ଷା ଦେବାକୁ ରହିଛନ୍ତି । ଖେଳ ପଡିଆରେ ଏପରି ଘଟଣା ଘଟିଲେ ଜଣେ ଖେଳାଳି ପଡିଆରେ ଏକାଗ୍ରତାର ସହ ନିଜ ପ୍ରଦର୍ଶନ ଦେବାରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ।