କନକ ବ୍ୟୁରୋ: ପଶ୍ଚିମବଙ୍ଗର ମାଲଦା ଆମ୍ବର ବେଶ୍ ଚାହିଦା ରହିଛି । ବଜାରରେ ଏହା ସବୁବେଳେ ବଜାରରେ ଚଢା ଦରରେ ବିକ୍ରି ହୁଏ ହେଲେ ଏଥର ପୁରା ଶାଗ ମାଛ ଦରରେ ଏହା ବିକ୍ରି ହେଉଛି ବାଜରରେ ମାତ୍ର ୩ ଟଙ୍କାରେ ସ୍ୱାଦିଷ୍ଟ ମାଲଦା ଆମ୍ବ ବିକ୍ରି ହେଉଥିବାର ଦେଖାଯାଉଛି । ଭାରି କ୍ଷତି ସହୁଛନ୍ତି ଚାଷୀ ।

Advertisment

କେବଳ ପାଚିଲା ଆମ୍ବ ନୁହେଁ ବରଂ କଞ୍ଚା ବେଳେ ବି ଏହି ଆମ୍ବକୁ ଅତି କମରେ ୬୦ରୁ ୭୦ ଟଙ୍କାରେ ବିକ୍ରି କରାଯାଏ । ହେଲେ ଏଥର ଏହି ଆମ୍ବ କିଣିବାକୁ ବେପାରୀ ଡରୁଛନ୍ତି । କାରଣ ପ୍ରବଳ ଖରା ଓ ପାଣି ଅଭାବରୁ ଆମ୍ବ ଗୁଡିକ ସମୟ ପୂର୍ବରୁ ଶୁଖି ଝଡିଯାଉଛି ।ଫଳରେ ଆମ୍ବର କ୍ୱାଲିଟି ବା ଗୁଣବତ୍ତା ଖରାପ ହୋଇଯାଉଛି । ଏହାକୁ କିଣି ବ୍ୟବସାୟ କରିବାକୁ ବେପାରୀ ଅମଙ୍ଗ ହେଉଥିବାବେଳେ ଚାଷୀ ନାହିଁନଥିବା କ୍ଷତି ସହୁଛନ୍ତି ।