ଦରିଆପାରିରେ ଦହିହାଣ୍ଡି ଉତ୍ସବ : ଚର୍ଚ୍ଚାରେ ମାନବ ପିରାମିଡ

54

castellers-castell-vilafranca-tarragona-called-biannual-competition_2e867020-8a16-11e6-b25a-dc2df696e7ddଦରିଆପାରିରେ ଦହିହାଣ୍ଡି ଉତ୍ସବ । ଭାରତରେ ବିଶେଷ କରି ଜନ୍ମାଷ୍ଟମୀରେ ଆୟୋଜିତ ହେଉଥିବା ଦହିହାଣ୍ଡି ଭଙ୍ଗା ଉତ୍ସବର ଝଲକ ସୁଦୂର ସ୍ପେନରେ । ମାନବ ପିରାମିଡ ପାଇଁ ପ୍ରସ୍ତୁତ ହଜାର ହଜାର ଲୋକ । ଗତ ରବିବାର ସ୍ପେନର ଟାରାଗୋନାରେ ଆୟୋଜିତ ୨୬ତମ ମାନବ ପିରାମିଡ ପ୍ରତିଯୋଗିତାର ଏଭଳି ଏକ ଝଲକ ଦେଖିବାକୁ ମିଳିଛି ।

castellers-tarragona-vilafranca-biannual-called-castell-competition_1beed808-8a16-11e6-b25a-dc2df696e7ddପ୍ରତିବର୍ଷ ସ୍ପେନବାସୀ ଏଭଳି ମାନବ ପିରାମିଡ ତିଆରି କରନ୍ତି । ଚଳିତଥର ପ୍ରାୟ ୧୦ ମହଲା ଉଚ୍ଚତାର ପିରାମିଡ ପ୍ରସ୍ତୁତ କରିଛନ୍ତି । ଏଭଳି ମାନବ ପିରାମିଡ କରି ବିଭିନ୍ନ ଟିମ୍ ଭିତରେ ପ୍ରତିଯୋଗିତା ଚାଲେ । ଆଉ ଗୋଟିଏ ସଫଳ ପିରାମିଡ କରିବାକୁ ଟିମର ସମସ୍ତ ସଦସ୍ୟଙ୍କ ସହଯୋଗ ରହିଥାଏ । କାରଣ, କେହି ଜଣେ ଖସିପଡିଲେ, ପୁରା ପିରାମିଡ ଭୁଷୁଡି ପଡେ । କୁହାଯାଉଛି ଅଷ୍ଟାଦଶ ଶତାବ୍ଦୀରୁ ସ୍ପେନରେ ଏଭଳି ପ୍ରତିଯୋଗିତା ଆୟୋଜିତ ହେଉଛି ।

ଆମ ଦେଶରେ ବିଶେଷ କରି ମହାରାଷ୍ଟ୍ରରେ ଗୋବିନ୍ଦମାନେ ଜନ୍ମାଷ୍ଟମୀରେ ମାନବ ପିରାମିଡ କରି ଦହିହାଣ୍ଡି ଭାଙ୍ଗିଥାନ୍ତି । ସ୍ପେନରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧି ପିରାମିଡ କରିଛନ୍ତି । ଯାହା ଦେଖିବା ପାଇଁ ବେଶ ଆକର୍ଷଣୀୟ ହୋଇଛି ।