ଶବ ନେବାକୁ ପଇସା ମାଗିଲେ ମହାପ୍ରୟାଣ ଗାଡି ଡ୍ରାଇଭର, ୨ କିଲୋମିଟର ଶବକୁ କାନେ୍ଧଇ ଚାଲିଲେ ପରିବାର ଲୋକ ।

156

କନକ ବ୍ୟୁରୋ : ୨ କିଲୋମିଟର ଧରି ଶବକୁ କାନେ୍ଧଇ ଚାଲିଲେ ପରିବାର ଲୋକ । କେନ୍ଦ୍ରାପଡା ଅନୁଅପଡା ଗାଁରେ ଏଭଳି ଘଟଣା ଘଟିଛି । ଶବକୁ ନେବାକୁ ମହାପ୍ରୟାଣ ଗାଡିର ଡ୍ରାଇଭର ପଇସା ମାଗିଥିଲେ । ପଇସା ନଦେବାରୁ ଡ୍ରାଇଭର ଶବ ନେବାକୁ ମନା କରିଥିଲା ।ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ମେଡିକାଲ ପରିସରରେ ୪ ଘଣ୍ଟା ଧରି ମୃତଦେହ ପଡିରହିବାରୁ ଶେଷରେ ମୃତଦେହକୁ କାନେ୍ଧଇକି ଗାଁକୁ ନେଇଥିଲେ ସଂପର୍କୀୟ ।

ଅନୁଅପଡା ଗାଁର ସୁଲୋଚନା ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ଗତ ରାତିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ଡାକ୍ତର ଶୁଣିନଥିଲେ କି ରୋଗୀର ଚିକିତ୍ସା କରିନଥିଲେ । ଫଳରେ କିଛି ଘଣ୍ଟା ପରେ ସୁଲୋଚନାଙ୍କ ମୃତ୍ୟୁ ହୋଇଥିଲା । ହେଲେ ଶବକୁ ନେବାକୁ ମହାପ୍ରୟାଣ ଗାଡି ଡ୍ରାଇଭର ଟଙ୍କା ମାଗିବାରୁ ମୃତଦେହକୁ କାନେ୍ଧଇ କାନେ୍ଧଇ ନେଇଥିଲେ ପରିବାର ଲୋକ । ପ୍ରଶାସନ ବି ପହଞ୍ଚିଥିଲା । କିନ୍ତ ପ୍ରଶାସନ କଥାରେ ସନ୍ତୁଷ୍ଟ ନହୋଇ ୨ କିଲୋମିଟର ଶବକୁ କାନେ୍ଧଇ ନିଆଯାଇଥିଲା । ଏହା ପରେ ସେଠାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶବକୁ ଶ୍ମଶାନ ନିଆଯାଇଥିଲା ।