କନକ ବ୍ୟୁରୋ: ନାନା ବାଦ ବିବାଦ ପରେ ପ୍ରେମକୁ ମିଳିଥିଲା ସ୍ୱୀକୃତି । ୫ ବର୍ଷର ପ୍ରେମ ସମ୍ପର୍କ ପରେ ସୁସଲମାନ ସମ୍ପ୍ରଦାୟର ପୁରୁଷ ବନ୍ଧୁକୁ ବାହା ହୋଇଥିଲେ ହିନ୍ଦୁ ସମ୍ପ୍ରଦାୟର ଜଣେ ମହିଳା ଓକିଲ । ହିନ୍ଦୁ ରୀତି ନିତିରେ ହୋଇଥିଲା ବାହାଘର । ବର୍ଷେ ଦୁଇ ବର୍ଷ ସବୁ କିଛି ଠିକ୍ ଠାକ୍ ଚାଲୁ ଥିଲା, ତେବେ ହଠାତ ସ୍ୱାମୀଙ୍କ ଘରୁ ଚାପ ବଢିବାରେ ଲାଗିଲା । ଚାପ ପଡିଥିଲା ଧର୍ମ ପରିବର୍ତ୍ତନ ପାଇଁ । ସ୍ୱାମୀକୁ ତାଙ୍କ ଘର ଲୋକେ ସ୍ତ୍ରୀ ଠାରୁ ଦୁରେଇ ରଖିବାକୁ ନାନା ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ମାଥିଲିର ମହିଳା ଓକିଲ ଗୌତମି ସାହୁ । ଏମିତିକି ଗୌତମିଙ୍କ ଦିବ୍ୟାଙ୍ଗ ଭାଇଙ୍କୁ ତାଙ୍କ ସ୍ୱାମୀ ନାନା ଅତ୍ୟାଚାର କରି ମାରିଦିଆଯାଇଥିବା ସିସିଟିଭିରେ କଏଦ ହୋଇଥିବା ନେଇ ଗୌତମି ଅଭିଯୋଗ କରିଛନ୍ତି । ଦାମ୍ପତ୍ୟ ଜୀବନରେ ତିକ୍ତତା ଏମିତି ବଢିଲା ଯେ ଓକିଲ କନ୍ୟା ଏବେ ନ୍ୟାୟ ପାଇଁ ବାର ଦୁଆର ଘୁରି ବୁଲୁଛନ୍ତି । ମାଲକାନଗିରି ଜିଲ୍ଲା କୋର୍ଟକୁ ଯାଇ ସୌଦାମିନି ଓକିଲ ସଂଘକୁ ଏନେଇ ଜଣାଇଥିବା ସହ ମାଥିଲି ଥାନାରେ ମଧ୍ୟ ନିଜ ସ୍ୱାମୀ ଓ ତାଙ୍କ ଶ୍ୱସୁର ଘର ଲୋକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ଗୌତମି ।