କେମିତି ତିଆରି ହେଉଛି ନକଲି ମଦ ଡେମୋ ଦେଖାଇଲା ଅଭିଯୁକ୍ତ : ବେଆଇନ ମଦ ୟୁନିଟ ଉପରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ; ୨ଶହ ଲିଟର ମଦ ଜବତ, ୫ ଅଭିଯୁକ୍ତ ଗିରଫ

173

କନକ ବ୍ୟୁରୋ : କେମିତି ତିଆରି ହୁଏ ନକଲି ମଦ । ନକଲି ମଦକୁ କେମତି ନାମୀଦାମୀ ବ୍ରାଣ୍ଡର ବଟଲରେ ପ୍ୟାକ କରି ସିଲ କରାଯାଏ । ଅବକାରୀ ଅଧିକାରୀଙ୍କ ଆଗରେ ତାହାର ଡେମୋ କରି ଦେଖାଇଛି ଗିରଫ ଅଭିଯୁକ୍ତ । ପ୍ରଥମେ ବଟଲରେ ଏକ ବଡ ଜାରରେ ରଖାଯାଇଥିବା ମଦକୁ ପ୍ୟାକ କରିବା ପରେ ଏକ ହୁଗୁଳା ଠିପିକୁ ବୋତଲ ମୁହଁରେ ରଖି କେମତି ମେସିନ ଜରିଆରେ ସିଲ କରାଯାଏ ।

ଏହାପରେ ଠିପି ଉପରେ ଷ୍ଟିକର ମାରି କେମତି ପୁରା ଅସଲି ମଦର ରୁପ ଦିଆଯାଏ, ଅଭିଯୁକ୍ତ ଅବକାରୀ ଅଧିକାରୀଙ୍କ ଆଗରେ କରି ଦେଖାଇଛି । ବ୍ରହ୍ମପୁର ହରଡାଖଣ୍ଡି ତୃପ୍ତିନଗରରରେ ଏକ ବେଆଇନ ମଦ ୟୁନିଟ ଉପରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିଲା । ନକଲି ମଦ ୟୁନିଟରୁ ୨ଶହ ଲିଟର ମଦ ଜବତ କରାଯାଇଛି । ଏହି ନକଲି ମଦକୁ ବିଭିନ୍ନ ବ୍ରାଣ୍ଡର ବୋତଲରେ ପ୍ୟାକ ଓ ଲେବଲିଂ କରି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଏହି କାରବାରରେ ସଂପୃକ୍ତ ଥିବା ୫ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।