ଅପମିଶ୍ରିତ ହଳଦି ଓ ଲଙ୍କାଗୁଣ୍ଡ ପରେ ବ୍ରହ୍ମପୁରରେ ନକଲି ସସ୍ କାରଖାନା ଉପରେ ଚଢାଉ : ଅସଲି ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ବଜାରରେ ହେଉଥିଲା ବିକ୍ରି

କଟକରୁ ସମ୍ବଲପୁର, ରାଜଧାନୀରୁ ବ୍ରହ୍ମପୁର, ସବୁଠୁ ଚାଲିଛି ନକଲି ସାମଗ୍ରୀର କାରବାର

131

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ନକଲି ସାମଗ୍ରୀର କାରବାର । କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି । ପୂର୍ବରୁ ବ୍ରହ୍ମପୁର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଏବେ ମିଳିଛି ନକଲି ସସ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରରରେ ଏକ ନକଲି କାରଖାନା ଉପରେ ଚଢାଉ କରିଛି ପୁଲିସ । ଅସଲି ବ୍ରାଣ୍ଡ ହେଲେ ନକଲି ସାମଗ୍ରୀ ।

ନକଲି ଟମାଟୋ, ଚିଲି ଓ ସୋୟା ସସ ତିଆରି ହେଉଥିବା ଖବର ପାଇଁ ବ୍ରହ୍ମପୁର ଏସଡିପିଓ ଓ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲେ । ୨୨୦ କାର୍ଟୁନ ଅପମିଶ୍ରିତ ସସ ଜବତ କରିଛି ପୁଲିସ । ଜଣେ ମହିଳାଙ୍କୁ ଏହି ଘଟଣାରେ ଅଟକ ରଖାଯାଇଛି ।