ବିଶ୍ୱକପ୍ ପୂର୍ବରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ସନନ୍ଥ ଜୟସୂର୍ଯ୍ୟାଙ୍କ ମୃତ୍ୟୁ ଖବର ! ବ୍ୟତିବ୍ୟସ୍ତ ହେଲା କ୍ରିକେଟ୍ ଜଗତ ।

1,298

୧୯୯୬ ବିଶ୍ୱକପରେ ଶ୍ରୀଲଙ୍କାକୁ ଚ୍ୟାମ୍ପିୟନ୍ କରିବାରେ ମୁଖ୍ୟ ଭୂମିକା ନିଭାଇଥିବା ବିସ୍ଫୋଟକ ବ୍ୟାଟସମ୍ୟାନ୍ ସନନ୍ଥ ଜୟସୂର୍ଯ୍ୟାଙ୍କ ମୃତ୍ୟୁ ଖବର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାପରେ କ୍ରିକେଟ୍ ବିଶ୍ୱକପରେ ଝଡ ସୃଷ୍ଟି ହୋଇଯାଇଛି । ସୋସିଆଲ୍ ମିଡିଆରେ ଏଭଳି ଏକ ଖବର ପ୍ରସାରିତ ହେଉଛି ଯେ ସନନ୍ଥ ଜୟସୂର୍ଯ୍ୟା ଟରୋଣ୍ଟୋରେ ଏକ ସଡକ ଦୂର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଏହାପରେ କ୍ରିକେଟ୍ ମଇଦାନରେ ଯେପରି ବୋମା ବିସ୍ଫୋରଣ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଟିମ୍ ଇଣ୍ଡିଆର ଅଫ୍ ସ୍ପିନର୍ ଅଶ୍ୱିନ୍ ବ୍ୟତିବ୍ୟସ୍ତ ହୋଇ ପ୍ରଶଂସକଙ୍କୁ ଏନେଇ ସତ୍ୟତା ବିଷୟରେ ପଚାରିଛନ୍ତି ।

ଅଶ୍ୱିନ୍ ଟ୍ୱିଟ୍ କରି ଲେଖିଛନ୍ତି , କ’ଣ ସତରେ ଜୟସୂର୍ଯ୍ୟାଙ୍କୁ ନେଇ ଆସୁଥିବା ଖବରର କିଛି ସତ୍ୟତା ରହିଛି? ମୋତେ ହ୍ୱାଟସଆପରେ ଏଭଳି ଖବର ମିଳିଛି କିନ୍ତୁ ଟ୍ୱିଟରରେ ଏଭଳି କୌଣସି ଖବର ମୁଁ ଦେଖିପାରୁନାହିଁ । ଏହାପରେ ଫ୍ୟାନ୍ସ ଅଶ୍ୱିନଙ୍କୁ ଏହା ଏକ ଗୁଜବ ଥିବା କଥା କହି ସାନ୍ତ୍ୱନା ଦେଇଥିଲେ ।

ମୃତ୍ୟୁର ଖବରକୁ ନେଇ ଖୋଦ୍ ଜୟସୂର୍ଯ୍ୟା ମଧ୍ୟ ଗୁଜବ ବୋଲି କହିଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ସୂଚନା ଦେଇଥିଲେ । ସେ ଟ୍ୱିଟ୍ କରି ସକୁଶଳ ଥିବା କଥା କହିଥିଲେ । ସେ କହିଛନ୍ତି , ମୋ ମୃତ୍ୟୁ ବିଷୟରେ ପ୍ରସାରିତ ହେଉଥିବା ଖବରର କୌଣସି ସତ୍ୟତା ନାହିଁ ଏହା ସମ୍ପୁର୍ଣ୍ଣ ମିଥ୍ୟା । ମୁଁ ଶ୍ରୀଲଙ୍କାରେ ହିଁ ଅଛି ଟରୋଣ୍ଟୋ ଯାଇନାହିଁ । ଦୟାକରି ଗୁଜବ ଖବରକୁ ସେୟାର୍ କରନ୍ତୁ ନାହିଁ ।