ସରକାର ଗଠନ ହେଲା ହେଲେ ସନ୍ତୁଷ୍ଟ ନୁହଁନ୍ତି ଫଡନଭିସ ! ବିଜେପି ଅଫିସରେ ପାଳିତ ଉତ୍ସବରେ ରହିଲେ ଅନୁପସ୍ଥିତ

348

କନକ ବ୍ୟୁରୋ : ମହାରାଷ୍ଟ୍ରରେ ୧୦ ଦିନ ଧରି ଚାଲିଥିବା କ୍ଷମତା ଯୁଦ୍ଧର ଅନ୍ତ ଘଟିଛି । ଏକ ନାଟକୀୟ ଢଙ୍ଗରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ମିଳିତ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ହେଉଥିବା ଦେବେନ୍ଦ୍ର ଫଡନଭିସ ଏବେ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କିଛି ସୂତ୍ର ସୂଚନା ମୁତାବକ ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ଫଡନଭିସ୍ ।

ଦେବେନ୍ଦ୍ର ଫଡନଭିସ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଅସନ୍ତୁଷ୍ଟ ଥିବା କଥା ବି ପ୍ରମାଣ ହୋଇଛି । ଶପଥ ଗ୍ରହଣ ଉତ୍ସବ ପରେ ବିଜେପି ଅଫିସରେ ଏନେଇ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ହେଲେ ପାର୍ଟିକୁ ଆସି ନଥିଲେ ନିଜେ ଫଡନଭିସ୍ । ହେଲେ ଯେତେବେଳେ ବିଧାନପରିଷଦ ନିର୍ବାଚନର ଫଳାଫଳ ଘୋଷଣା ପରେ ପାର୍ଟି ଅଫିସରେ ଉତ୍ସବ ମନାଇଥିଲେ ଫଡନଭିସ । କେବଳ ସେତିକି ନୁହେଁ ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେତେବେଳେ ଦଳୀୟ କାର୍ଯ୍ୟାଳୟରେ ଫଡନଭିସ ମିଠା ବାଣ୍ଟୁଥିବାର ଚିତ୍ର ବି ଦେଖିବାକୁ ମିଳିଥିଲା । ଏସବୁ ପରେ ଯେତେବେଳେ ବିଜେପି ନିଜ ଯୋଜନାରେ ସଫଳ ହେଲା ସେତେବେଳେ ଦଳୀୟ କାର୍ଯ୍ୟାଳୟରେ ଦଳର ରାଜ୍ୟମୁଖ୍ୟ ଯୋଗ ନଦେବା ଫଡନିଭିସଙ୍କ ଅସନ୍ତୁଷ୍ଟତାକୁ ପଦାରେ ପକାଇଛି ।

ସେପଟେ ଆଜି ପୂର୍ବ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ସିନ୍ଦେ ଶିବସେନାର ନାମ ନେବା ଅନାବଶ୍ୟକ । କାରଣ ଅସଲି ଶିବସେନା ଏବେ ସରକାରରୁ ବାହାରେ ଅଛନ୍ତି । କେବଳ ଉଦ୍ଧବ ନୁହଁନ୍ତି ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାୱତ କହିଛନ୍ତି କି, ଯେପର୍ଯ୍ୟନ୍ତ ସିନ୍ଦେ ଶିବସେନା ନାମ ନେଉଥିବେ ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବେ ।