ବିବାହ ପାଇଁ ଫେସବୁକକୁ ଗୁହାରୀ କଲେ ଝିଅ ! ଜୁକରବର୍ଗଙ୍କୁ ବିବାହ ଆପ୍ ପ୍ରସ୍ତୁତ କରିବା ପାଇଁ କଲେ ନିବେଦନ ।

46

ପ୍ରତିଦିନ ଫେସବୁକ, ଭିନ୍ନ ଭିନ୍ନ ପ୍ରକାରର ପରିବର୍ତ୍ତନ ଆଣୁଛି । ସେହିପରି ଟିଣ୍ଡର ଭଳି ଡେଟିଙ୍ଗ ଫିଚର ଫେସବୁକରେ ସାମିଲ କରିବା ପାଇଁ ଘୋଷଣା କରାଯାଇଛି । କିନ୍ତୁ ଏବେ ଏକ ଭାରତୀୟ ଝିଅ ଫେସବୁକର ଫାଉଣ୍ଡର ମାର୍କ ଜୁକରବର୍ଗଙ୍କୁ ଏକ ଆଶ୍ଚର୍ଯ୍ୟକର ଦାବି କରିବା କଥା ସମ୍ନାକୁ ଆସିଛି । କେରଳର ଏହି ଝିଅଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ନିଜର ବିବାହ ପ୍ରସ୍ତାବ ସେୟାର କରିଛି । ସେ ଫେସବୁକ ମାଧ୍ୟମରେ ନିଜର ଜୀବନ ସାଥି ଖୋଜିବାକୁ ଚାହୁଁଛି । ସୂଚନା ଅନୁଯାୟୀ, କେରଳ ମାଲପୁରମ ସହରରେ ବାସ କରୁଥିବା ଜ୍ୟୋତି କେଜି ନାମକ ଜଣେ ଝିଅ ଫେସବୁକରେ ନିଜର ଜୀବନ ସାଥି ଖୋଜିବା ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ କେରଳରେ ରହୁିଥିବା ଏହି ଝିଅଟି ଫେସବୁକରେ ବିବାହ ପ୍ରସ୍ତାବ ପୋଷ୍ଟ କରି ଏକ ପାତ୍ର ଖୋଜିବା ପାଇଁ ତାଙ୍କର ସମସ୍ତ ସାଙ୍ଗ ମାନଙ୍କୁ ଅନୁରୋଧ କରିଛନ୍ତି । ଏହି ପୋଷ୍ଟରେ ଝିଅଟି ଲିଖିତ ଆକାରରେ କହିଛି ଯେ ବିବାହ ପାଇଁ ତାର କୌଣସି ପ୍ରକାର ଡିମାଣ୍ଡ ନାହିଁ କିମ୍ବା ଜାତି ଗତ ଭେଦ ଭାବ ବି ନାହିଁ । ସେ ପୋଷ୍ଟରେ ନିଜ ବିଷୟରେ ଲେଖି ଜଣାଇଛନ୍ତି ଯେ ଫ୍ୟାସନ ଡିଜାଇନିଂରେ ସେ ବିଏସସି କରିଛନ୍ତି ଏବଂ ତାଙ୍କର ବୟସ ୨୮ ବର୍ଷ । ଭାଇ ମୁମ୍ବାଇରେ ସିନିୟର ଆର୍ଟ ଡାଇରେକ୍ଟର ଅଛନ୍ତି । ସେ ନିଜର ଜୀବନ ସାଥୀ ଖୋଜିବା ପାଇଁ ଗୋଟିଏ ଫଟୋ ମାଟ୍ରିମୋନିୟାଲ ସାଇଟରେ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ସେ ଆଉ ଏକ ପୋଷ୍ଟ କରି RequestToMarkZuckerberg ହେଷ୍ଟେଗ ଜରିଆରେ ମାର୍କ ଜୁକରବର୍ଗଙ୍କୁ ଏକ ସନ୍ଦେଶ ପଠାଇ କହିଛନ୍ତି FBMatrimony କୁ ଫେସବୁକର ଏକ ପାର୍ଟ କରାଯାଉ । ଜ୍ୟୋତିଙ୍କର ଫେସବୁକରେ ଏପରି ପୋଷ୍ଟ କରିବା ପଛରେ ଏକ ଭଲ ଉଦ୍ଦେଶ୍ୟ ଲୁଚି ରହିଛି । ଜ୍ୟୋତିଙ୍କ କହିବା ଅନୁସାରେ ଫେସବୁକରେ ଏପରି ଫିଚର ବ୍ୟବହାର କରାଗଲେ ସମାଜରେ ଜାତି, ଷ୍ଟାଟସ ଆଦି ପ୍ରଥାରୁ ଲୋକମାନେ ବାହରି ନିଜ ପସନ୍ଦର ପାତ୍ରଙ୍କ ସହ ବିବାହ କରିପାରିବେ । ଏହା ସହିତ ମାଟ୍ରିମୋନିୟାଲ ଭଳି ଫିଚର ଏବଂ ବ୍ରୋକର୍ ମାନଙ୍କ ଭାରି ଫିସରୁ ଲୋକମାନେ ମୁକ୍ତି ପାଇପାରିବେ । ତେବେ ଜ୍ୟୋତିଙ୍କ କହିବା ଅନୁସାରେ, ପୂର୍ବ ବର୍ଷ ମଧ୍ୟ ଏହି ପରି ଏକ ଫଟୋଗ୍ରାଫର ଏକ ବିବାହ ପ୍ରସ୍ତାବ ଫେସବୁକରେ ପୋଷ୍ଟ କରିଥିଲେ । ଯାହା ଫଳରେ ତାଙ୍କୁ ତାଙ୍କ ଜୀବନ ସାଥି ମିଳିପାରିଥିଲା ଏବଂ ସେ ଦୁହେଁ ପରସ୍ୱରକୁ ବିବାହ ମଧ୍ୟ କରିଥଲେ ।