ଫେସବୁକ୍ ଲଞ୍ଚ କଲା ସ୍ମାର୍ଟ ଚଷମା… ହୋଇପାରିବ ଭିଡିଓ ରେକର୍ଡିଂ ଜାଣନ୍ତୁ ଏହାର ଫିଚର୍ସ ଏବଂ ମୂଲ୍ୟ କେତେ

350

କନକ ବ୍ୟୁରୋ : ସ୍ମାର୍ଟ ଚଷମା… ହଲିଉଡ୍ କିମ୍ବା ବଲିଉଡ୍ ସିନେମାରେ ସ୍ମାର୍ଟ ଚଷମା ବ୍ୟବହାର ହୋଇଥିବା କଥା ଆପଣ ଦେଖିଥିବେ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ବାସ୍ତବରେ ବଜାରକୁ ଆସିବାକୁ ଯାଉଛି ସ୍ମାର୍ଟ ଟଷମା । ଯେଉଁଥିରେ ଅନେକ ଫିଚର୍ସ ରହିଛି । କ୍ୟାମେରା ରେକଡିଂ ଠାରୁ ଆରମ୍ଭ କରି ଫଟୋ ଉଠାଇ ଫେସବୁକରେ ସେୟାର କରିହେବ ଏହି ସ୍ମାର୍ଟ ଚଷମା ଜରିଆରେ । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟ ଚଷମାର ଦାମ୍ କେତେ ରହିଛି ଏବଂ ଏଥିରେ ଥିବା ଫିଚର୍ସ ଗୁଡିକ ବାବଦରେ ।
ଫେସବୁକ୍ ଆଣିଲା ସ୍ମାର୍ଟ ଗ୍ଲାସ୍ । ରେ-ବ୍ୟାନ୍ ସହ ମିଶି ଫେସବୁକ୍ ଲଞ୍ଚ କରିଛି ସ୍ମାର୍ଟ ଚଷମା । ବ୍ୟବହାରକାରୀ ଏହି ଚସମା ପିନ୍ଧି ଗୀତ ଶୁଣି ପାରିବେ । ଏହା ସହିତ ଭିଡିଓ ରେକଡିଂ ବା ଫଟୋ ଉଠାଇ ତାକୁ ଫେସବୁକରେ ସେୟାର କରିପାରିବେ । ଏହି ଚସମାରେ ୫ମେଗାପିକ୍ସେଲର ଡୁଆଲ ଇଣ୍ଟିଗ୍ରେଟେଡ୍ କ୍ୟାମେରା ଦିଆଯାଇଛି । ଏଥିରେ ୩୦ ସେକେଣ୍ଡ ଯାଏଁ ଭିଡିଓ ରେକର୍ଡିଂ କରିହେବ । ଏଥିପାଇଁ ଫିଚର୍ସ ବଟନ କିମ୍ବା ହ୍ୟାଣ୍ଡସ୍-ଫ୍ରି ଫେସବୁକ୍ ଆସିଷ୍ଟାଣ୍ଟ ଭଏଜ୍ କମାଣ୍ଡାଣ୍ଟର ବ୍ୟବହାର କରାଯାଇ ପାରିବ । ଏଥିରେ ଏଲଇଡି ଲାଇଟ୍ ମଧ୍ୟ ଦିଆଯାଇଛି । ଯେଉଁ ସମୟରେ ୟୁଜର୍ସ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବେ ସେତେବେଳେ ଏହି ଏଲଇଡି ମାଧ୍ୟମରେ ପାଖରେ ଉପସ୍ଥିତ ଲୋକ ଜାଣିପାରିବ କି ୟୁଜର୍ସ ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରୁଛି ।
କେବଳ ଏତିକି ନୁହେଁ, ଏହି ସ୍ମାର୍ଟ ଚଷମାରେ ସ୍ପିକର ଏବଂ ଥ୍ରିଡି ମାଇକ୍ରୋଫୋନ୍ ଦିଆଯାଇଛି । ପୋଲକଲ ଆସିଲେ ଏଥିରେ ୟୁଜର୍ସ କଲ ରିସିଭ୍ କରି କଥାବାର୍ତ୍ତା ହୋଇପାରିବେ । ଆଉ ହେଡ୍ ପୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବାକୁ ପଡିବ ନାହିଁ ।
ଫେସବୁକ ଲଞ୍ଚ କରିଥିବା ଏହି ଚସମାର ଦାମ ୨୯୯ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ହଜାର ଟଙ୍କା ରହିଛି ।