ଫେସବୁକ ଲଞ୍ଚ କରିବ ନିଜର ସ୍ୱତନ୍ତ୍ର ସାଟେଲାଇଟ ! ଲୋକଙ୍କୁ ମିଳିବ ଅନେକ ସୁବିଧା ।

52

ଦେଶର କୋଟି କୋଟି ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ଫେସବୁକ ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ମଧ୍ୟ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏବେ ମଧ୍ୟ ଅନଲାଇନକୁ ଆସି ପାରିନାହାଁନ୍ତି । ତେଣୁ ସେହି ଲୋକମାନଙ୍କୁ ଫେସବୁକ ସହ ଯୋଡିବା ପାଇଁ ଫେସବୁକ ଏକ ଇଣ୍ଟରନେଟ ଉପଗ୍ରହ (ସାଟେଲାଇଟ) “ଏଥେନା” ଲଞ୍ଚ କରିବାକୁ ଯାଉଛି । ଯାହାକୁ ୨୦୧୯ ସୁଦ୍ଧା ମହାକାଶ କକ୍ଷରେ ସ୍ଥାପିତ କରାଯିବ ।

ସୂଚନା ମୁତାବକ, ଫେସବୁକ ପ୍ରଥମ ଇଣ୍ଟରନେନ ମାଧ୍ୟମ ନୁହେଁ ଯିଏ ସାଟେଲାଇଟର ପ୍ରଭନ୍ଧନ କରିବାକୁ ଯାଉଛି । ଏହା ପୂର୍ବରୁ ମଧ୍ୟ ଏଲଏନ ମସ୍କର ସ୍ପେସ ଏକ୍ସ ଏବଂ ସପ୍ଟ ବ୍ୟାଙ୍କ ଦ୍ୱାରା ସମର୍ଥିତ ବନବେବ ଭଳି ଅନ୍ୟ ଦୁଇ କମ୍ପାନୀ ମଧ୍ୟ ସାଟେଲାଇଟ ବ୍ୟବହାର କରୁଛନ୍ତି ।

ଫେସବୁକର ଏକ ପ୍ରବକ୍ତାଙ୍କ କହିବା ଅନୁସାରେ, ଏହି ସାଟେଲାଇଟ ଲାଗିବା ପରେ ଗ୍ରାମିଣ ଅଞ୍ଚଳ ମାନଙ୍କରେ ବାସ କରୁଥିବା ଲୋକମାନଙ୍କ ପାଇଁ ଇଣ୍ଟରନେଟ ପାଇବା ସହଜ ହୋଇପାରିବ । ଗାଁ ଅଞ୍ଚଳକୁ ଖୁବ ସହଜରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା କରାଇଯାଇ ପାରିବ । ଇଣ୍ଟରନେଟର ସୁବିଧା ହେବା ଫଳରେ ଲୋକମାନେ ଫେସବୁକ ସହ ଯୋଡି ହୋଇପାରିବେ ।