ଆମେରିକା ଆଇନ ଆଧାରରେ ତାଲିବାନକୁ ବ୍ୟାନ କଲା ଫେସବୁକ୍ । କହିଲା, ତାଲିବାନ ଏକ ଆତଙ୍କୀ ସଂଗଠନ

356

କନକ ବ୍ୟୁରୋ :  ଆଫଗାନିସ୍ତାନରେ ତାଲିବାନ ନିଜକୁ ନୂଆ ସରକାର ଭାବେ ଉପସ୍ଥାପନା କରିଛି । ହେଲେ ସୋସିଆଲ ମିଡିଆ ସାଇଟ୍ ଫେସବୁକ ତା’ର ପ୍ଲାଟଫର୍ମରୁ ପୁରା ତାଲିବାନକୁ ବ୍ୟାନ କରିଛି । ଫେସବୁକ୍ କହିଛି କି ଆମେରିକୀୟ ଆଇନ ଆଧାରରେ ତାଲିବାନ ଏକ ଆତଙ୍କୀ ସଂଗଠନ ହୋଇଥିବାରୁ ଫେସବୁକ ସର୍ଭିସରୁ ତାକୁ ବ୍ୟାନ କରାଯାଇଛି । ଫେସବୁକ ନୀତି ମୁତାବକ କୌଣସି ଆତଙ୍କୀ ସଂଗଠନକୁ ନିଜ ପ୍ଲାଟଫର୍ମରେ ସ୍ଥାନ ମିଳିବ ନାହିଁ । ତାଲିବାନ କିମ୍ବା ସେମାନଙ୍କ ସହିତ ଜଡିତ କୌଣସି ଆକାଉଣ୍ଟ କିମ୍ବା ପୋଷ୍ଟକୁ ଫେସବୁକରେ ସ୍ଥାନ ମିଳିବ ନାହିଁ । ଫେସବୁକ କହିଛି କି, “ଆମେ ସେମାନଙ୍କ ଦ୍ୱାରା ଚଳା ଯାଉଥିବା ଆକାଉଣ୍ଟକୁ ଧିରେ ଧିରେ ହଟାଇବାରେ ଲାଗିଛୁ । ଏଥିପାଇଁ ଆଫଗାନିସ୍ତାନର ଅନେକ ଏକ୍ସପର୍ଟଙ୍କୁ ଏହି କାମରେ ଲଗାଇଛୁ ।”

କହିରଖୁ କି ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନର ଜଣେ ଅଧିକାରୀ ଆଫଗାନିସ୍ତାନର ସମସ୍ତଙ୍କୁ କ୍ଷମା କରିଦେବା ସହ ମହିଳା ମାନଙ୍କୁ ନୂଆ ସରକାରରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ଇସଲାମିକ ଏମିରେଟ୍ସ ସଂସ୍କୃତି କମିଶନରଙ୍କ ସଦସ୍ୟ ଇନାମୁଲ୍ଲାହା ସମନଗନୀ ଆଫଗାନ ସରକାରୀ ଟିଭିରେ ଏକ ଟିପ୍ପଣୀ ଦେଇ କହିଛନ୍ତି କି ଇସଲାମିକ ଏମିରେଟ୍ସ ମହିଳା ମାନେ ପୀଡିତ ହେବା ତାଲିବାନ ଚାହୁଁନାହିଁ ।