ଆଫଗାନିସ୍ତାନକୁ ଅକ୍ତିଆର୍ କଲା ତାଲିବାନ । ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କଲା ଫେସବୁକ୍ ।

251

କନକ ବ୍ୟୁରୋ: ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ ନିଜକୁ ନୂଆ ସରକାର ଭାବେ ଘୋଷଣା କରିଛି । ମାତ୍ର ସାରା ବିଶ୍ୱ ତାଲିବାନକୁ ସହଜରେ ଗ୍ରହଣ କରି ପାରୁନାହିଁ । ଏହାରି ଭିତରେ ଫେସବୁକ୍ ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କରିଛି । ଫେସବୁକ ପ୍ରବକ୍ତା କହିଛନ୍ତି ଆମେରିକା ଆଇନ ଅନୁସାରେ ତାଲିବାନ ଏକ ଆତଙ୍କୀ ସଙ୍ଗଠନ ଆଉ ଏଥିପାଇଁ ଫେସବୁକ ସର୍ଭିସ୍ ଲାଭ କରିବା ପାଇଁ ସେ ଉପଯୁକ୍ତ ନୁହେଁ । ଫେସବୁକ ନିୟମ ଅନୁସାରେ କୌଣସି ଆତଙ୍କୀ ସଙ୍ଗଠନକୁ ତା ପ୍ଲାଟଫର୍ମରେ ସ୍ଥାନ ଦିଆଯାଏ ନାହିଁ । ଫଳରେ ତାଲିବାନ କିମ୍ବା ତା ସହ ଜଡିତ କୌଣସି ବି ଆକାଉଣ୍ଟକୁ ଫେସବୁକ୍ ଅନୁମତି ଦେବ ନାହିଁ । ଆଫଗାନିସ୍ତାନର ସ୍ଥାନୀୟ ଭାଷା ଜାଣିଥିବା ଦକ୍ଷ ପ୍ରତିନିଧି ଫେସବୁକ୍ ପାଖରେ ଅଛି । ଯେଉଁମାନେ ରିତିମତ ଭାବେ ଫେସବୁକ୍ ପୋଷ୍ଟ ଉପରେ ନଜର ରଖିବେ । ତାଲିବାନ ସମର୍ଥକଙ୍କର କି ତାଲିବାନ ସମ୍ପର୍କିତ କୌଣସି ବି ପୋଷ୍ଟ ଆସିଲେ ତାକୁ ତୁରନ୍ତ ବ୍ୟାନ କରାଯିବ ବୋଲି ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି ।