ଗାଜିପୁର ସୀମାରେ ଧାରଣାରେ ବସିଥିବା ଚାଷୀ ଓ ବିଜେପି କର୍ମୀଙ୍କ ଭିତରେ ଗଣ୍ଡଗୋଳ । ମାରପିଟ୍ ବେଳେ ଭାଙ୍ଗିଲେ ଏକାଧିକ ଗାଡି, ଘଟଣା ସ୍ଥଳରେ ବିପୁଳ ପୋଲିସ ମୁତୟନ ।

99

କନକ ବ୍ୟୁରୋ : ଗାଜିପୁର ସୀମାରେ ଚାଷୀ ଓ ବିଜେପି କର୍ମୀ ମୁହାଁମୁହିଁ । ଦୀର୍ଘ ୭ମାସ ଧରି ଗାଜିପୁର ସୀମାରେ ଅନସନରେ ବସିଥିବା ଚାଷୀ ଓ ବିଜେପି କର୍ମୀଙ୍କ ଭିତରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆଜି ସକାଳେ କିଛି ବିଜେପି କର୍ମୀ ଜଣେ ନେତାଙ୍କୁ ସ୍ୱାଗତ କରିବା ପାଇଁ ଗାଜିପୁର ସୀମାରେ ପହଁଚିଥିଲେ । ବିଜେପି କର୍ମୀଙ୍କୁ ଦେଖି ସେମାନଙ୍କୁ କଳାପତାକା ଦେଖାଇବା ସହ ବାଟ ଓଗାଳିଥିଲେ ଧାରଣାରେ ବସିଥିବା ଚାଷୀ । ଶେଷରେ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଓ ସଂଘର୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।