କନକ ବ୍ୟୁରୋ : ଝାଡଖଣ୍ଡ ଜାମସେଦପୁରରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଜଣେ ବୟସ୍କ ବ୍ୟକ୍ତି ନିଜ ଆଖିକୁ ହାତରେ ଧରି ମେଡିକାଲରେ ପହଂଚିଥିଲେ । ସେ ଡାକ୍ତରଙ୍କୁ କହିଥିଲେ ଅପରେସନ ସମୟରେ ଡାକ୍ତର ତାଙ୍କର ଅସଲି ଆଖି ଖୋଳି ନେଇ ଏକ ଖେଳନା ଆଖି ଲଗାଇ ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ମେଡିକାଲ ପ୍ରଶାସନ ମଧ୍ୟରେ କୋକ୍ରୁଆ ଭୟ ଖେଳିଯାଇଥିଲା । ଏହାପରେ ମେଡିକାଲ ପ୍ରଶାସନ ତରଫରୁ ବୃଦ୍ଧଙ୍କ ଆଖି ଅପରେସନ କରିଥିବା ଡାକ୍ତରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।
ସୂଚନା ମୁତାବକ ଜାମସେଦପୁରରୁ ୬୦ କିଲୋମିଟର ଦୂର ଏକ ଜଙ୍ଗଲ ମଧ୍ୟରେ ୧୫ ଟି ପରିବାର ରହିଥାନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଗଙ୍ଗାଧର ସିଂ । କିଛିଦିନ ତଳେ ତାଙ୍କ ଆଖି ଖରାପ ହୋଇଥିଲା । ଏହି ସମୟରେ ସେହି ଗାଁକୁ ଆସିଥିବା ଜଣେ ମହିଳା ଏକଥା ଜାଣିବା ପରେ ଗଙ୍ଗାଧରଙ୍କ ଆଖିର ଚିକିତ୍ସା ପାଇଁ ଏକ ବେସରକାରୀ ସଂସ୍ଥା ସହ ଯୋଗାଯୋଗ କରିଥିଲା ।
୨୦୨୧ ନଭେମ୍ବର ୧୮ ତାରିଖରେ ଗଙ୍ଗାଧରକୁ ସେହି ମହିଳାଜଣଙ୍କ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଗଙ୍ଗାଧରଙ୍କର ଆଖି ଅପରେସନ ହୋଇଥିଲା । ଏହାର କିଛିଦିନ ପରେ ଗଙ୍ଗାଧରଙ୍କ ଆଖି କୁଣ୍ଡାଇ ହୋଇଥିଲା । ଏହାପରେ ଗଙ୍ଗାଧରଙ୍କୁ ଜାମସେଦପୁର, ରାଞ୍ଚି ଓ କୋଲକତା ନିଆଯାଇଥିଲା । ହେଲେ କିଛି ସୁଫଳ ମିଳିନଥିଲା ।
ସେପଟେ ଗଙ୍ଗାଧରଙ୍କ ଆଖିର ଯନ୍ତ୍ରଣା ବଢିବାରେ ଲାଗିଥିଲା । ଏତେ ଜୋରରେ ଆଖି କୁଣ୍ଡେଇ ହେଲା ଯେ ଗଙ୍ଗାଧର ଆଖିକୁ ଜୋରରେ କୁଣ୍ଡାଇ ଦେଇଥିଲେ । ବାଶ୍ ଏହାପରେ ଗଙ୍ଗାଧରଙ୍କ ଆଖି ତଳକୁ ଗଳିପଡିଥିଲା । ଏହାପରେ ଗଙ୍ଗାଧର ଦେଖିବାକୁ ପାଇଥିଲେ କି ଏହା ଆଖିନୁହେଁ ବରଂ ପିଲାମାନେ ଖେଳୁଥିବା ଏକ କାଚଗୁଲି । ସେ ତୁରନ୍ତ ଏହାକୁ ନେଇ ମେଡିକାଲରେ ପହଂଚିଥିଲେ । ସେଠାରେ ଡାକ୍ତରମାନେ ପରୀକ୍ଷା କରିବା ପରେ ଜଣାପଡିଥିଲା କି ଅପରେଶନ ସମୟରେ ତାଙ୍କ ଆଖି ଖୋଲି ନିଆଯାଇ ଏକ ନକଲି ଆଖି ଲଗେଇ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/46-3.jpg)