ବାଣ ନୁହେଁ ହସ ଫୁଟାଇବା, କିଶୋର ବେହେରାଙ୍କୁ ସହଯୋଗର ହାତ ବଢାଇବା।

128

କନକ ବ୍ୟୁରୋ: ଅସହାୟ, ଅକ୍ଷମ, ତଥାପି ଚାଲିଛି ଜୀବନ ଜୀବିକା ପାଇଁ ସଂଘର୍ଷ । ଆଶାବାଡି ବିନା ଦୁଇ ପାଦ ଚାଲିବା ବି କଷ୍ଟକର । ହେଲେ କରିବେ ବା କଣ, ଚାରି ପ୍ରାଣୀ କୁଟୁମ୍ବ ଚଳାଇବେ କେମିତି । ମାଆ, ସ୍ତ୍ରୀ ଓ ଝିଅର ପ୍ରତିପୋଷଣ ପାଇଁ ନିଜ ଘର ଦୁଆର ମୁହଁରେ ତେଲ ଭାଜି ଜଳଖିଆ ବିକ୍ରି କରୁଛନ୍ତି । ଏ କାହାଣୀ ହେଉଛି ମଞ୍ଚେଶ୍ୱର ଝରଣା ବସ୍ତିର ବାସିନ୍ଦା କିଶୋର ବେହେରାଙ୍କର । ପରିବାର ଚଳାଇବା ପାଇଁ ଘର ଦୁଆର ମୁହଁରେ ବସି ବରା, ସିଙ୍ଗଡା ଆଦି ବିକ୍ରି କରୁଛନ୍ତି କିଶୋର । ଦିନକୁ ଦୁଇ ଶହ ଟଙ୍କା ବି ରୋଜଗାର କରିବା କାଠିକର ପାଠ । ଏତିକିରେ ପରିବାର ଚଳିବ କେମିତି? ଏହି ଚିନ୍ତା ତାଙ୍କୁ ଘାରୁଛି ।

ପିଲାଟି ଦିନରୁ ବାପା ଘର ଛାଡି ପଳାଇଲେ । ମାଆ ବହୁ କଷ୍ଟରେ ପାଳି ପୋଷି ବଡ କଲେ । ନିଜେ ନଖାଇ ପୁଅକୁ ମଣିଷ କଲେ । ବହୁ ଖୁସିରେ ପୁଅକୁ ବାହାଦେଲେ । ହେଲେ ଭାଗ୍ୟର ବିଡମ୍ବନା, ୩ ବର୍ଷ ତଳେ ଦୁର୍ଘଟଣାର ଶିକାର ହେଲେ କିଶୋର । ଆଉ ସେବେଠାରୁ ଚାଲିବାକୁ ଅକ୍ଷମ ହୋଇଗଲେ । ଅର୍ଥ ଅଭାବରୁ ହୋଇ ପାରିଲାନି କିଶୋରଙ୍କ ଚିକିତ୍ସା । ରୋଜଗାର ଶୂନ୍ୟ ପରିବାର କେଉଁଠୁ ଆଣିବେ ଚିକିତ୍ସା ପାଇଁ ଅର୍ଥ । ଏପରିକି ଅସହାୟ କିଶୋର ନିଜ ଏକ ମାତ୍ର ଝିଅକୁ ବି ପାଠ ପଢାଇ ପାରୁ ନାହାଁନ୍ତି । ଟିକିଏ ଖୁସି ପାଇଁ କେତେ ଯେ, କଷ୍ଟ କରିବାକୁ ପଡୁଛି ତାହା ବୟାନ କରୁଛି ତାଙ୍କ ଲୁହ ଭିଜା ଆଖି