ଘନେଇଲା ରହସ୍ୟ : ମୁକେଶ ଅମ୍ବାନିଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଏସୟୁଭିର ମାଲିକ ମୃତ। ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ ।

404

କନକ ବ୍ୟୁରୋ : ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ଆଗରେ ଏକ ଏସୟୁଭିରେ ବିସ୍ଫୋରକ ରଖାଯିବା ଘଟଣା ଆହୁରି ରହସ୍ୟ ଘେରକୁ ଚାଲିଯାଇଛି । ଏହି ଏସୟୁଭି (ମହିନ୍ଦ୍ର ସ୍କରପିଓ)ର ମାଲିକ ମନସୁଖ ହିରେନଙ୍କ ମୃତଦେହ ଆଜି ଜବତ ହୋଇଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ମୁମ୍ବାଇ ଉପକଣ୍ଠରେ ଥିବା କାଲଓ୍ବା ବ୍ରିଜ ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସଂଦେହ କରୁଛି । ତେବେ ତଦନ୍ତର ଅନ୍ୟ ଦିଗଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି ।

ଗତ ଫେବ୍ରୁଆରି ୨୫ ତାରିଖରେ ମୁମ୍ବାଇସ୍ଥିତ ମୁକେଶ ଅମ୍ବାନିଙ୍କ ଘର ଆଣ୍ଟିଲିଆ ବାହାରେ ଏକ ମହିନ୍ଦ୍ରା ସ୍କରପିଓ ଛିଡ଼ା ହୋଇଥିବା ଦେଖାଯାଇଥିଲା । ପୁଲିସ ଆସି ଯାଞ୍ଚ କରିବା ପରେ ସେଥିରୁ ବିସ୍ଫୋରକ ଓ ଏକ ଧମକପୂର୍ଣ୍ଣ ପତ୍ର ରହିଥିଲା । ସେଥିରେ ଲେଖାଥିଲା ଇଏ ତ ଗୋଟିଏ ଟ୍ରେଲ୍‌ର୍‌। ‘ନୀତା ଭାଉଜ ଓ ମୁକେଶ ଭାଇ ପରିବାର’, ଇଏ ତ ଝଲକ ମାତ୍ର । ଆର ଥରକୁ ଏ ସାମଗ୍ରୀ ବିକଶିତ ହୋଇ ଆପଣଙ୍କ ପାଖକୁ ଆସିବ। ସେଥିପାଇଁ ପୂରା ବନ୍ଦୋବସ୍ତ ସରିଛି । ପରେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ସ୍କର୍ପିଓଟି ହିରେନଙ୍କ ନାଁରେ ଥିବା ଜାଣିବାକୁ ପାଇଥିଲା ।