ଘଂଚ ଜଙ୍ଗଲ ଭିତରେ ଓଡ଼ିଶାରୁ ଛତିଶଗଡକୁ ତିଆରି ହୋଇଛି ଗୋପନୀୟ କରିଡର ! ବିସ୍ଫୋରକ ସାମଗ୍ରୀ ପରିବହନ କରୁଛନ୍ତି ନକ୍ସଲ

46

କନକ ବ୍ୟୁରୋ : ଓଡିଶାରୁ ଛତିଶଗଡ ମାଓବାଦୀଙ୍କ ଗୋପନୀୟ କରିଡର । ଓଡିଶାରୁ ମାଓ ଶିବିରକୁ ଯାଉଛି ବିସ୍ଫୋରକ ସାମଗ୍ରୀ । ମାଓବାଦୀଙ୍କ ଏହି କରିଡରର ଖୁଲାସା କରିଛି ଦାନ୍ତେୱାଡା ପାଲିସ । ରାଉରକେଲାରୁ ମାଓବାଦୀଙ୍କ ପାଖକୁ ଆମୋନିଅମ ନାଇଟ୍ରେଟ ନାମକ ବିସ୍ଫୋରକ ଏକ ନିର୍ଦ୍ଦିଷ୍ଟ କାରଖାନାରୁ ଆସୁଛି ବୋଲି ସ୍ପଷ୍ଟ କରିଛନ୍ତି ଏସପି କମଳ ଲୋଚନ କଶ୍ୟପ । ଦାନ୍ତେୱାଡା ମାରେଙ୍ଗା ମାଓବାଦୀ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏହି ଜବତ ସାମଗ୍ରୀରେ ଡିଟୋନେଟର, ଜିଲୋଟିନ୍, ହ୍ୟାଣ୍ଡ ଗ୍ରେନେଡ, ତୀରବୋମା ଆଦି ମଧ୍ୟ ଥିବା ଏସପି କଶ୍ୟପ ସୂଚନା ଦେଇଛନ୍ତି ।