ମହାରାଷ୍ଟ୍ର ରତ୍ନଗିରି କ୍ୟାମିକାଲ ଫ୍ୟାକ୍ଟିରେ ବିସ୍ଫୋରଣ । ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ । ୫୦ ରୁ ଅଧିକ ଆହତ

85

କନକ ବ୍ୟୁରୋ : ମହାରାଷ୍ଟ୍ରର ରତ୍ନଗିରି ସ୍ଥିତି ଏକ କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିିଳିଛି । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଲେଖାହେବା ଯାଏ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ।

ଏହି ବିସ୍ଫୋରଣ ସକାଳ ୮.୩୦ ମିନିଟରେ ହୋଇଛି । ଆହୁରି ଅନେକ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିସମ ବିଭାଗ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବ୍ରଏଲରର କିଛି ଯାନ୍ତ୍ରିକ ତୃଟି କାରଣରୁ ଏଭଳି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଥିଲେ ବି ପ୍ରକୃତ ତଥ୍ୟ ମିଳିପାରି ନାହିଁ ।