କନକ ବ୍ୟୁରୋ : ଗଂଜାମ ଖଲ୍ଲିକୋଟରେ ବାଣ ତିଆରି ବେଳେ ବଡ଼ ଧରଣର ଅଘଟଣ । ଖଲ୍ଲିକୋଟ ଅରବିନ୍ଦ ନଗରରେ ବାଣ ତିଆରି ବେଳେ ବିସ୍ଫେରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜିତେନ୍ଦ୍ର ପାହାନ ବୋଲି ଜଣାପଡିଛି । ନିଜ ଘର ଛାତ ଉପରେ ବାଣ ତିଆରି ବେଳେ ଅଘଟଣା ଘଟିଛି ।
ପ୍ରତିବର୍ଷ ଦୀପାବଳିରେ ସଚେତନ ରହି ବାଣ ଫୁଟାଇବାକୁ ଏବଂ ବାମ ତିଆରି କରିବା ପାଇଁ ଆହ୍ୱାନ ଦିଆଯାଇଥାଏ । ତଥାବି ଲୋକଙ୍କ ଅସାବଧାନତା ପାଇଁ କେଉଁଠି କେଉଁଠି ଅଘଟଣ ଘଟିବାର ଚିତ୍ର ସାମ୍ନାକୁ ଆସିଥାଏ । ଚଳିତଥର ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ବାଣ ତିଆରି ବେଳେ ଦୁର୍ଘଟଣା ଘଟିବାକୁ ଜଣଙ୍କ ଜୀବନ ଚାଲିଯାଇଛି ।
ଗଂଜାମ ଖଲ୍ଲିକୋଟରେ ବାଣ ତିଆରି ବେଳେ ବିସ୍ଫୋରଣ । ଅରବିନ୍ଦ ନଗରରେ ଜଣେ ଯୁବକଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2022/10/21-23.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)