ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା : ଏଏଫଏସପିଏ ଆକ୍ଟ ହଟାଇବାକୁ ଜୋର ଧରିଲା ଦାବି, କାହିଁକି ଏହି ଆଇନକୁ ବିରୋଧ ?

149

କନକ ବ୍ୟୁରୋ : ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ଏଏଫଏସପିଏ ଆଇନକୁ ହଟାଇବା ପାଇଁ ଦାବି ଜୋର ଧରିଛି । ସୋମବାର ସାଧାରଣ ଲୋକମାନେ ଏହି ଆଇନକୁ ହଟାଇବାକୁ ଦାବି କରିଛନ୍ତି । ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିୟୁ ରିୟୋ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା ଏହି ଆଇନ୍ ହଟାଇବାକୁ ଦାବି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରେ ଏହି ଦାବି କରିଛନ୍ତି । ଏଏଫଏସପିଏ ହେଉଛି ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍ଟ ବା ସଶସ୍ତ୍ର ସେନା ବିଶେଷାଧିକାର ଆଇନ୍ ।

– ଆଇନକୁ ବ୍ୟବହାର କରି ସେନା ପୂର୍ବତୋର ରାଜ୍ୟ ଗୁଡିକରେ ଶାନ୍ତି ଶୃଙ୍ଖଳାକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରେ
– ୧୯୫୮ ମସିହା ସେପ୍ଟେମ୍ବର ୧୧ରେ ଆଇନ୍ ପାରିତ ହୋଇଥିଲା
– ୧୯୮୯ରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢିବା ବେଳେ ଲାଗୁ କରାଯାଇଥିଲା
– ଆଇନ୍ ଲାଗୁ ହେବା ପରେ ସେନାକୁ ସ୍ୱତନ୍ତ୍ର କ୍ଷମତା ମିଳିଥାଏ
– ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ବିନା ୱାରେଂଟରେ ସେନା ଗିରଫ କରିପାରିବ
– ବିନା ୱାରେଂଟରେ ସେନା ଘର ଭିତରେ, ଗାଡି ଭିତରେ ଖାନ ତଲାସି କରିପାରିବ
– ଆବଶ୍ୟକ ପଡିଲେ ଅଧିକ ସେନା ମୁତୟନ କରିହେବ
– ଯଦି ସନ୍ଦିଗ୍ଧ କୌଣସି ଘର ଭିତରେ ଲୁଚି ରହିଥିବେ ତେବେ ସେନା ସେହି ଘରକୁ ଉଡାଇ ଦେଇପାରିବ
– ଅନେକ ସମୟରେ ସେନା ଆଇନକୁ ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବା ଜଣାପଡିଛି
– ଆଇନକୁ ଇଂରେଜ ମାନଙ୍କ ସମୟରେ ଥିବା ‘ରୋଲତ ଆକ୍ଟ’ ସହିତ ତୁଳନା କରାଯାଏ
– ଇଂରେଜ ସମୟରେ ତିଆରି ହୋଇଥିବା ଆଇନରେ ମଧ୍ୟ ଜଣଙ୍କ ଉପରେ ସନ୍ଦେହ ହେଲେ ଗିରଫ କରିପାରିବାର କ୍ଷମତା ଥିଲା

କାହିଁକି ଏହି ଆଇନକୁ ବିରୋଧ ?
ଅନେକ ସମୟରେ ସେନା ଏହି ଆଇନକୁ ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବା ଜଣାପଡିଛି । ଏହି ଆଇନ୍ ମାନବାଧିକାର ଆଇନକୁ ଉଲ୍ଲଂଘନ କରୁଛି । ଏହି ଆଇନ ଇଂରେଜ ମାନଙ୍କ ସମୟରେ ଥିବା ‘ରୋଲତ ଆକ୍ଟ’ ସହିତ ତୁଳନା କରାଯାଏ । କାରଣ ଇଂରେଜ ମାନଙ୍କ ସମୟରେ ତିଆରି ହୋଇଥିବା ଏହି ଆଇନରେ ମଧ୍ୟ ଜଣଙ୍କ ଉପରେ ସନ୍ଦେହ ହେଲେ ଗିରଫ କରିପାରିବାର କ୍ଷମତା ଥିଲା । ତେଣୁ ଏହି ଆଇନକୁ ହଟାଇବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି ।

ଏଏଫଏସପିଏ ଆସାମ, ଜମ୍ମୁ କଶ୍ମୀର, ନାଗାଲାଣ୍ଡ ଏବଂ ଇମ୍ଫାଲ ପୌରପାଳିକାକୁ ଛାଡି ମଣିପୁରରେ ଲାଗୁ ହୁଏା ସେହିପରି ଅରୁଣାଚଳ ପ୍ରଦେଶର ତିରାପ, ଛାଂଗଲାଙ୍ଗ ଏବଂ ଲାଂଗଡିଙ୍ଗ ଜିଲ୍ଲା ଏବଂ ଆସାମକୁ ଲାଗିଥିବା ସୀମାବର୍ତ୍ତୀ ଅଂଚଳରେ ଲାଗୁ ହୁଏ । ଏହାବାଦ ମେଘାଳୟରେ ବି ଆସାମ ସୀମାକୁ ଲାଗିଥିବା ଅଂଚଳରେ ଲାଗୁ ହୁଏ ।