୧୧ ଲକ୍ଷର ଛେଳି, ବକରି-ଇଦ୍ ରେ ପଡିବ ବଳି : ଖାଉଛି କାଜୁ ବାଦାମ, ଦିନକୁ ଘଂଟାଏ ନେଉଛି ମାଲିସ

1,877

କନକ ବ୍ୟୁରୋ : ୧୧ ଲକ୍ଷର ଛେଳି, ବକରି-ଇଦ୍ ରେ ପଡିବ ବଳି । ଜାଣନ୍ତୁ ଏହି ବ୍ୟୟବହୁଳ ଛେଳି ବିଷୟରେ । ଆଗାମୀ ୨୦ ତାରିଖରେ ମୁସଲମାନଙ୍କ ପର୍ବ ବକରି-ଇଦ୍ ବା ଇଦ-ଉଲ ଜୁହା ପାଳନ ହେବ । ଏହିଦିନ ଛେଳିକୁ ବଳି ଦେବାର ପ୍ରଥା ରହିଛି । ଯାହାକୁ କୁହାଯାଏ କୁର୍ବାନୀ । ତେବେ ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଛେଳିଟିର ନାଁ- ତୈମୁର । ଏହାର ଓଜନ ୧୯୨ କିଲୋଗ୍ରାମ । ସୁରଟର ଡଣେ ବିଲଡର ଏହି ଛେଳିଟିକୁ କୁର୍ବାନୀ ଦେବା ଲାଗି ଆଣିଛନ୍ତି । ଆଉ ଏହି ଛେଳିଟି ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି । ପଞ୍ଜାବୀ ପ୍ରଜାତିର ଏହି ଛେଳିଟିର ଉଚ୍ଚତା ୪୬ ଇଂଚ ଏବଂ ବୟସ ଅଢେଇ ବର୍ଷ । ସୁରଟର ଜବର ଭାଇ ସୁରତିଏ ଏହି ଛେଳିଟିକୁ ବକରି-ଇଦରେ କୁର୍ବାନୀ ଦେବାପାଇଁ ଜଣେ ପଶୁପାଳକଙ୍କଠାରୁ ୧୧ ଲକ୍ଷ ଟଙ୍କା ଦେଇ କିଣିଛନ୍ତି । ଏହି ଛେଳି କ’ଣ ଖାଉଛି ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ । ଛେଳିଟିକୁ କାଜୁ ଓ ବାଦାମ ସହ ଦିନକୁ ୪ ଲିଟର କ୍ଷୀର ପିଇବାକୁ ଦିଆଯାଉଛି । ପ୍ରତିଦିନ ପ୍ରାୟ ୧ ଘଂଟା ତାର ମାଲିସ ମଧ୍ୟ କରାଯାଉଛି ।