ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ : ନିଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ପାର୍କ ନିକଟରେ ଜାଳିଦେଲେ ଦୁଇ ଦାମୀ କାର, କାରଣ ଅସ୍ପଷ୍ଟ

517

କନକ ବ୍ୟୁରୋ : କାରରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ପୂର୍ବରୁ କାର ଦୁଇଟି ପୋଡି ନଷ୍ଟ ହୋଇଯାଇଛି । ଘଟଣା ଘଟିଛି ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ପାର୍କ ନିକଟରେ । ଗତକାଲି ବିଳମ୍ବିତ ରାତିରେ ବୁଦ୍ଧ ପାର୍କ ନିକଟରେ ରଖାଯାଇଥିବା ଏହି ଦୁଇ ଦାମୀ କାରକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁ ଲିଭାଇଥିଲା । ତେବେ ନିଆଁ ଲିଭାଇବା ପୂର୍ବରୁ ଗାଡି ଦୁଇଟି ସମ୍ପୁର୍ଣ୍ଣ ଭାବେ ଜଳିପୋଡି ନଷ୍ଟ ହୋଇଯାଇଥିଲା । ଏହି ଦୁର୍ବୃତ୍ତମାନେ କାହିଁକି ଓ କେଉଁ କାରଣରୁ ଏହି ନିଆଁ ଲଗାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସେପଟେ କାର ମାଲିକ ମଧ୍ୟ କାରରେ ନିଆଁ ଲାଗିବା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି ।