ବାଲେଶ୍ୱର ମାଟିରେ ଫଳୁଛି ବିଦେଶୀ ଫଳ ‘ଆଭୋକାଡ୍’: ପରୀକ୍ଷା ମୂଳକ ଭାବେ ମଞ୍ଜି ଲଗାଇ ସଫଳ ହୋଇଛନ୍ତି ଅହଲ୍ୟା

635

କନକ ବ୍ୟୁରୋ: ଓଡିଶା ମାଟିରେ ଫଳୁଛି ବିଦେଶୀ ଫଳ ଆଭୋକାଡ୍ । ଏହି ଫଳରେ ରହିଛି ବହୁ ଔଷଧୀୟ ଗୁଣ । ଏହାର ବଜାର ମୁଲ୍ୟ ଅଧିକ ରହିଥିବାରୁ ଏହାକୁ ଚାଷ କଲେ ଭଲ ଅମଳ ହେବା ସହିତ ଅଧିକ ଲାଭବାନ ହୋଇ ପାରିବେ ଚାଷୀ । ତେବେ ଓଡିଶାର ବାଲେଶ୍ୱର ମାଟିରେ ଏହି ଫଳ ଭଲ ଫଳିଥିବାରୁ ଚାଷ କଲେ ସଫଳତା ମିଳି ପାରିବ ବୋଲି ଆଶା ପଷ୍ଠଳଙ୍କ କରିଛନ୍ତି ଚାଷୀ ।

ଓଡ଼ିଶା ମାଟିରେ ବିଦେଶୀ ଫଳ ଆଭୋକାଡ୍ । ଏହିଫଳ ମୁଖ୍ୟତଃ ଆମେରିକୀୟ ଜଳବାୟୁରେ ଭଲ ଫଳିଥାଏ । ଆମେରିକାର ଚିଲେ, ମେକ୍ସିକୋ ଏବଂ କାର୍ଲିଫର୍ଣ୍ଣିଆ ଆଂଚଳରେ ବହୁଳ ମାତ୍ରାରେ ଫଳିଥାଏ ଏହି ଫଳ । ଓଡିଶା ଜଳବାୟୁରେ ବି ଏହା ଭଳ ଫଳିବ ବୋଲି ଅନୁମାନ କରାଯାଉଛି । ବାଲେଶ୍ୱର ଶ୍ୟାମସୁନ୍ଦରପୁର ଗାଁର ଅହଲ୍ୟା ବେହେରାଙ୍କ ବାଡିରେ ଫଳିଛି ଏହି ଫଳ । ଗୋଟିଏ ଗଛରେ ଆଶାଠାରୁ ଅଧିକ ଫଳିଥିବା ଦେଖିବାକୁ ମିଳିଛି । ଅହଲ୍ୟା ବେହେରାଙ୍କ ପୁଅ ସୁମନ ହାଇଦ୍ରାବାଦରୁ ୪ ବର୍ଷ ତଳେ ଏକ ଜୁସ୍ ସେଂଟରରୁ ଏହି ଫଳ ସମ୍ପର୍କରେ ଜାଣିବା ପରେ ଏହାକୁ ବାଡିରେ ଫଳାଇବା ପାଇଁ ଆଗ୍ରହ କରିଥିଲେ ।

ଏହି ସେଂଟରରୁ କିଛି ମଞ୍ଜି ଆଣି ଗଜା କରିଥିଲେ । ସେଥିରୁ ଗୋଟିଏ ଚାରା ବାହାରିଥିବା ବେଳେ ସେହି ଚାରାକୁ ଯତ୍ନ ସହକାରେ ରକ୍ଷଣାବେକ୍ଷଣ କରି ୪ ବର୍ଷ ପରେ ଏହା ଗୋଟିଏ ଫଳନ୍ତି ଗଛରେ ପରିଣତ ହୋଇଛି । ଗଛରେ ୪୦ ରୁ ୫୦ ଟି ଫଳ ଫଲିଛି । ଆଉ ଏହା ବିଦେଶର ଫଳ ତୁଳନାରେ ବଡ଼ ବୋଲି କହିଛନ୍ତି ଅହଲ୍ୟା । ଫଳ ଗୁଡିକ ୪୦୦ ରୁ ୫୦୦ ଗ୍ରାମ ଓଜନର ଫଳିଛି । ଫଳ ଗୁଡିକ ପାଚିଲା ପରେ ଏହି ସମସ୍ତ ଫଳକୁ ଚାରାକରି ତାଙ୍କ ବାଡିରେ ଲଗାଇବେ ବୋଲି କହିଛନ୍ତି ଅହଲ୍ୟା । ଏହି ଫଳ ଓଡିଶା ଜଳ ବାୟୁରେ ଫଳୁଥିବାରୁ ଯେକେହି ଚାଷି ଚାଷ କରି ଭଲ ଲାଭନାନ ହଇ ପରିବେ ବୋଲି ଆଶା କରାଯାଉଛି ।

ଆଭୋକାଡ ଫଳ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକର । ଏଥିରେ ବହୁ ପରିମାଣର ଔଷଧୀୟ ଗୁଣ ରହିଛି । ବଜାରରେ ଏହି ଫଳର ଖୁବ୍ ଚାହିଦା ରହିଛି । ଏହି ଫଳର ବଜାର ମୁଲ୍ୟ ଏକ ହଜାରରୁ ୧୫ ଶହ ମଧ୍ୟରେ ରହିଛି । ବଜାର ଦର ଅଧିକ ରହିଥିବାରୁ ଏହାକୁ ଚାଷ କରି ଓଡିଶା ବଜାର ସହିତ ବାହାର ରାଜ୍ୟରେ ବିକ୍ରି କରି ଭଲ ବ୍ୟବସାୟ କରାଯାଇପାରିବ ।