ଟ୍ୱିନ୍ ସିଟିରେ ୫-ଜି ସେବା ଆରମ୍ଭ ହେବା ପରେ ଯୁବପିଢ଼ି ମଧ୍ୟରେ ଉତ୍ସାହ। ଭିଡିଓ ଦେଖିବା, ଆପ୍ ଡାଉନଲୋଡ କରିବା ହେଉଛି ସହଜ।

6,101

କନକ ବ୍ୟୁରୋ: ୫ଜି ସେବା ଆରମ୍ଭ ହେବା ପରେ ଇଏ ହେଉଛି ଯୁବପୀଢ଼ିଙ୍କ ମଧ୍ୟରେ ଉତ୍ସାହ । କିଏ ‘ଆପ’୍ ଡାଉନଲୋଡ୍ କରି ଇଂଟରନେଟ’ର ସ୍ପିଡ୍ ଯାଞ୍ଚ କରୁଛନ୍ତି ତ’ ଆଉ କିଏ ଭିଡିଓ କେମିତି ଚାଲୁଛି ପରୀକ୍ଷା କରି ଦେଖୁଛନ୍ତି । ତେବେ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ୫ଜି ଭଲ ସ୍ପିଡ କରୁଥିବା ସେମାନେ କହୁଥିବା ବେଳେ ଆଉ କିଛି ସ୍ଥାନରେ ପୂର୍ବ ଭଳି ୪ଜି ସ୍ପିଡ ରହୁଥିବା କହିଛନ୍ତି ।

୫ଜି ସେବାରେ ଯୋଡ଼ି ହେଉଛି ଦେଶର ଗୋଟିଏ ପରେ ଗୋଟିଏ ସହର । ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ବି ବଢ଼ୁଛି । ତେବେ ୫ଜି ଏବଂ ୪ଜି ଭିତରେ କ’ଣ ଫରକ୍ ।

୫ଜି ବନାମ ୪ଜି
-୪ଜି ତୁଳନାରେ ୫ଜିର ସ୍ପିଡ୍ ୫ରୁ ୧୦ଗୁଣ ଅଧିକ
-୪ଜିର ସ୍ପିଡ୍ ସେକେଣ୍ଡ ପିଛା ୧୦ରୁ ୧୦୦ ଏମବିପିଏସ
-୫ଜିର ସ୍ପିଡ୍ ସେକେଣ୍ଡ ପିଛା ୩୦୦ରୁ ୧୦୦୦ ଏମବିପିଏସ୍
-କିନ୍ତୁ ସାମର୍ଥ୍ୟ ତୁଳନାରେ ଇଣ୍ଟରନେଟ୍ ସ୍ପିଡ୍ କମ କରୁଛି
-ଯଦି ୪ଜିର ସ୍ପିଡ ୩୦ ଏମବିପିଏସ୍ ରୁହେ, ୫ଜି ସ୍ପିଡ୍ ୩୦୦ରୁ ୪୦୦ ଏମବିପିଏସ୍ ରହିପାରେ

ଯେହେତୁ ୫ଜି ସେବା ନୂଆ କରି ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଛି, ତେଣୁ ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ହୋଇନାହିଁ । ଏଭଳି ସମୟରେ ୫ଜିର ପ୍ରକୃତ ସ୍ପିଡ୍ ଆକଳନ କରିବା ଏବେ ସମ୍ଭବ ନୁହେଁ । ଆଉ କିଛି ଦିନ ଗଲା ପରେ ୫ଜି ସ୍ପିଡ୍ ଓଡ଼ିଶାରେ କେମିତ ରହୁଛି କହିହେବ ବୋଲି ବିଶେଷଜ୍ଞ କହିଛନ୍ତି ।

୫ଜି ସେବା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି । କେବଳ ଦୁଇଟି ମହାନଗରରେ ଉବଲବ୍ଧ ହେଉଛି । ତେବେ ଆଗାମୀ ୨ବର୍ଷ ଭିତରେ ସଂପୂର୍ଣ୍ଣ ଓଡ଼ିଶାରେ ୫-ଜି ସେବା ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି ।