ଚୀନ-ତାଇୱାନ ବିବାଦକୁ ନେଇ ଉତ୍ତେଜନା, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡିଛି ମେକ୍ସିକୋ। 

147

କନକ ବ୍ୟୁରୋ: ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ଚୀନ-ତାଇୱାନ ବିବାଦକୁ ନେଇ ଉତ୍ତେଜନା ଲାଗିରହିଛି । ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଥିବା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡିଛି ମେକ୍ସିକୋ । ମେକ୍ସିକୋ ରାଷ୍ଟ୍ରପତି ଆଡ୍ରେସ୍ ମାନୱେଲ ଲୋପେଜ୍ ଓବ୍ରାଡର ଯୁଦ୍ଧବିରତି ପାଇଁ ଏକ କମିଶନ ଗଠନ କରିବାକୁ ଚାହୁଁଛନ୍ତି । ତିନି ଜଣିଆ ଏହି କମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରଖିଛନ୍ତି ମେକ୍ସିକୋ ରାଷ୍ଟ୍ରପତି । ଏନେଇ ଏକ ଲିଖିତ ପ୍ରସ୍ତାବ ଜାତିସଂଘକୁ ଦେବେ ବୋଲିୁ କହିଛନ୍ତି ମେକ୍ସିକୋ ରାଷ୍ଟ୍ରପତି ।

ତିନି ଜଣିଆ କମିଟିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପୋପ୍ ଫ୍ରାନ୍ସିସ୍ ଏବଂ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗ୍ୟୁଟ୍ରେସ୍ ରଖିବା ନେଇ ସୂଚନା ମିଳିଛି ।  ଗଣମାଧ୍ୟମକୁ ଏହି ଖବର ପ୍ରସାରଣ କରିବାକୁ ସେ ନିବେଦନ କରିଛନ୍ତି  । ୫ ବର୍ଷ ପାଇଁ ସାରା ବିଶ୍ୱରେ ଯୁଦ୍ଧ ନକରିବା ନେଇ ଚୁକ୍ତି କରିବାକୁ ଲକ୍ଷ ରଖିଛନ୍ତି ଆଡ୍ରେସ୍ ମାନୱେଲ ଲୋପେଜ୍ ଓବ୍ରାଡର । ତେବେ ସେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା, ଋଷ ଏବଂ ଚୀନକୁ ଅନୁରୋଧ କରିବା ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।