ଜନତାଙ୍କ ହୃଦୟ ଜିଣିବାକୁ ନେତାଙ୍କ ନୂଆ ତରିକା, ଭୋଟରଙ୍କୁ ମୁଣ୍ଡିଆ ମାରି ଚର୍ଚ୍ଚାରେ ପୂର୍ବତନ ବିଧାୟକ ରବି ନନ୍ଦ ।

191

କନକ ବ୍ୟୁରୋ: ଜନତାଙ୍କ ନିକଟତର ହେବା ପାଇଁ ନେତାଙ୍କ ନୂଆ ଷ୍ଟାଇଲ । ଏକ ଭିନ୍ନ ମୁଦ୍ରାରେ ନଜର ଆସିଛନ୍ତି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ, ରବି ନାରାୟଣ ନନ୍ଦ । ଜୟପୁର ନିର୍ବାଚନମଣ୍ଡଳୀର ବୋରିଗୁମ୍ମା ଅଂଚଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜନତାଙ୍କୁ ମୁଣ୍ଡିଆ ମାରଛିନ୍ତି ରବି ନନ୍ଦ । ଥରେ କି ଦୁଇ ଥର ନୁହେଁ, ପ୍ରାୟ ଦେଢ଼ ଶହ ଥର ମୁଣ୍ଡିଆ ମାରିବା ଘଟଣା ଏବେ କୋରାପୁଟ୍ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନେତାଙ୍କ ପାଦ ତଳେ ଜନତା ପଡୁଥିବା ଆପଣ ଦେଖିବେ, ହେଲେ ଏଠି ଜନତାଙ୍କ ପାଦ ତଳେ ପଡ଼ି ମୁଣ୍ଡିଆ ମରୁଛନ୍ତି ନେତା । କେବଳ ମୁଣ୍ଡିଆ ମାରୁ ନାହିଁନ୍ତି ଜନତାଙ୍କ ମନ ଜିଣିବା ପାଇଁ ଗୀତାବହି ଏବଂ ଗୋଟିଏ ଲେଖାଏଁ ଗୋଲାପ ଫୁଲ ମଧ୍ୟ ଦେଇଛନ୍ତି । ପୂର୍ବତନ ବିଧାୟକ ରବି ନନ୍ଦଙ୍କୁ  ଏଭଳି ସାଷ୍ଟାଙ୍ଗ ମୁଦ୍ରାରେ ଦେଖିବାକୁ ମିଳିଛି ।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ଅଂଚଳରେ । କୁହାଯାଏ ଜୟପୁର ବିଧାନସଭା ଆସନରେ ବୋରିଗୁମ୍ମା ଅଂଚଳ ଭୋଟ୍ ସବୁବେଳେ ନିର୍ଣ୍ଣାୟକ ଭୁମିକା ନେଇଥାଏ । ତେଣୁ ଏହି ଅଂଚଳର ଭୋଟରଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରିଛନ୍ତି ରବି ନନ୍ଦ ।