ପାକ୍ ପୂର୍ବତନ ଅଧିନାୟକଙ୍କ ବଡ଼ ବୟାନ: ବିଶ୍ୱକପ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ ।

312

କନକ ବ୍ୟୁରୋ: ବିଶ୍ୱକପ ଭାରତ ଫେଭରିଟ୍, ଜାହିର ଆବାସ ଭାରତ ଫେଭରିଟ୍ । ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ , ବିଶ୍ୱକପରେ ଏଯାଏଁ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଦେଖି ଏଭଳି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଜାହିର ଆବାସ । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର କହିଛନ୍ତି, ଧାୱନ ଜଣେ ଅଭିଜ୍ଞ ଖେଳାଳି , ତେବେ ଆହତ କାରଣରୁ ସେ ଦଳରୁ ବାଦ୍ ପଡିବା , ଭାରତ ପାଇଁ ବଡ ଝଟକା ନୁହେଁ । ଭାରତ ବହୁତ ଭଲ ଦଳ । ବିଶ୍ୱକପ୍ ଜିତିବାକୁ ଭାରତ ପାଖରେ ବଡ ସୁଯୋଗ ରହିଛି । କେ. ଏଲ ରାହୁଲଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆବାସ । କହିଛନ୍ତି, ରାହୁଲ ଜଣେ ଭଲ ଖେଳାଳି । ପାକିସ୍ତାନ ବିପକ୍ଷରେ ରାହୁଲଙ୍କ ପ୍ରଦର୍ଶନ ଦମଦାର ଥିଲା ବୋଲି କହିଛନ୍ତି ପାକ୍ ପୂର୍ବତନ ଅଧିନାୟକ ଜହିର ଅବାସ୍ ।

ଅନ୍ୟପଟେ ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡିଥିବା ଶିଖର ଧୱନ ନିଜ ଅଫିସିଆଲ ଟ୍ୱିଟରରେ ଏକ ଭାବବିହ୍ୱଳ ଭିଡିଓ ଦେଇଛନ୍ତି ଧାୱନ । ଭିଡିଓରେ ଧାୱନ କହିଛନ୍ତି, ସେ ଦେଶ ପାଇଁ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ । ହେଲେ ବର୍ତମାନ ତାଙ୍କୁ ଆରୋଗ୍ୟ ହେବା ପାଇଁ ଫେରିଯିବାକୁ ପଡ଼ିବ । ତେବେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି ଏବଂ ଦଳ ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ଅଛି ବୋଲି ଧାୱନ କହିଛନ୍ତି ।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଶିଖରଙ୍କ ହାତରେ ଲାଗିଥିବା ଆଘାତ ଗୁରୁତର ରହିଛି । ଶିଖରଙ୍କର ବାମ ହାତର ବୁଢା ଆଙ୍ଗୁଠି ହାଡରେ ଏକାଧିକ ଫାଟ ହୋଇଛି । ଯାହା ଭଲ ହେବାକୁ ଆହୁରି ସମୟ ଲାଗିବ । ତେଣୁ ଧୱନ ବିଶ୍ୱକପ୍ର ବାକି ଥିବା ମ୍ୟାଚ୍ରୁ ବାଦ୍ ପଡିଛନ୍ତି । ଏବେ ଶିଖରଙ୍କ ସ୍ଥାନରେ ବୋର୍ଡ ଯୁବ ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ରିସଭ୍ ପନ୍ଥଙ୍କୁ ସ୍ଥାନ ଦେଇଛି । ତେବେ ଶିଖରଙ୍କ ଆହତ ହେବା କାରଣରୁ ଦଳରୁ ବାଦ୍ ପଡିବା ପରେ ନୂଆ ଖେଳାଳିଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ କରିବାକୁ ବିସିସିଆଇ ଆଇସିସିକୁ ଅନୁରୋଧ କରିବ ବୋଲି କହିଛି । ଆଇସିସିର ଅନୁମତି ମିଳିବା ପରେ ରିସଭ୍ ପନ୍ତ, ଭାରତୀୟ ବିଶ୍ୱକପ୍ ଦଳରେ ସାମିଲ ହେବେ ।