କନକ ବ୍ୟୁରୋ : କଂଗ୍ରେସର କାର୍ଯ୍ୟକାରିଣୀରେ ମୋକିମ, ଚିରଞ୍ଜୀବ ଝଡ । ରାଜନୈତିକ ବ୍ୟାପାର ବୈଠକରେ ନେତାଙ୍କ ମଝିରେ କଥାକଟାକଟି । ବିନା ଆଲୋଚନାରେ ମୋକିମ ଚିରଂଜୀବଙ୍କୁ ନିଲମ୍ବନ କରାଯିବାକୁ ନେଇ ଉପସ୍ଥିତ କିଛି ନେତା ଉଠାଇଛନ୍ତି ପ୍ରଶ୍ନ । ଏଥର କଂଗ୍ରେସ ଭବନରେ ବୈଠକ ନହୋଇ ଭୁବନେଶ୍ୱରର ଏକ ହୋଟେଲ ଚାଲିଛି ବୈଠକ । ପ୍ରଥମେ ପଲିଟିକାଲ ଆଫେୟାର୍ସ ବୈଠକ ଆରମ୍ଭ ହୋଇଛି । ତାପରେ ରହିଛି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଶେଷରେ ବସିବ ରାଜ୍ୟ କଂଗ୍ରେସ ପଦାଧିକାରୀ ବୈଠକ । ବୈଠକରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତା ଯୋଗ ଦେଇଛନ୍ତି ।

Advertisment

କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପ୍ରତିବାଦରେ ସମର୍ଥକଙ୍କ ମୌନବ୍ରତ । କଟକ ଉଇଣ୍ଡସର୍ ପ୍ୟାଲେସରେ ବହୁ ସଂଖ୍ୟାରେ ସମର୍ଥକ ଯୋଗ ଦେଇ ପ୍ରତିବାଦରେ ବସିଛନ୍ତି । ନିକଟରେ ଦଳ ବିରୋଧୀ କାର୍ଯ୍ୟ ଆଧାରରେ କଂଗ୍ରେସ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛି । ଆଉ ନିଲମ୍ବନ ଆଦେଶର ପୁନର୍ବିଚାର ପାଇଁ ଦୁଇ ନେତାଙ୍କ ସମର୍ଥକ ଦାବି କରିଛନ୍ତି ।