‘ଜଗନ୍ନାଥଙ୍କ ଦୟାରୁ ଉଦ୍ଧାର ହୋଇଗଲେ ସମସ୍ତେ’, କେମିତି ଖସିପଡିଲା ଛାତ କହିଲେ ପ୍ରତ୍ୟକ୍ଷଦର୍ଶୀ …

143

କନକ ବ୍ୟୁରୋ: ପୁରୀ ମଶାଣୀଚଣ୍ଡୀ ଛକରେ ଘର ଭୁଷୁଡିବା ଘଟଣାରେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଭଗବାନଙ୍କ ଦୟାରୁ ରାଜମିସ୍ତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ପଟା ସେଣ୍ଟ୍ରିଂରେ ତୃଟି ଯୋଗୁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ କାମ ଜାରିରହିଥିବା ବେଳେ ହଠାତ୍ ପ୍ରଥମେ ଦୁଇଟି ବାଉଁଶ ଖସିଥିଲା ଏବଂ ପରେ ପୂରା ଛାତଟି ସମ୍ପୂର୍ଣ୍ଣ ଗଳିପଡିଥିଲା ଫଳରେ ଭିତରେ ଥିବା ରାଜମିସ୍ତ୍ରୀ ଜଣଙ୍କ ସେଭିତରେ ଫସିରହିଥିଲେ । ତାଙ୍କର ଗୋଟିିଏ ଗୋଡ ଫସି ରହିଥିଲା, ଅଗ୍ନିଶମ ବାହିନୀ ଓ ଓଡ୍ରାଫର ଟିମ୍ ଦୀର୍ଘ ସମୟର ଅପରେସନ ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ନିକଟସ୍ଥ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି ।