ଆବାସ ଯୋଜନା ତାଲିକା ପ୍ରକାଶ ପରେ ମଧ୍ୟ ଥମୁନି ବିବାଦ। ନିମାପଡା ଆରିଷଣ୍ଢ ଗାଁର ଦିବ୍ୟାଙ୍ଗ ହିତାଧିକାରୀ ତାଲିକାରୁ ପଡିଲେ ବାଦ।

99

କନକ ବ୍ୟୁରୋ: ଆବାସ ଯୋଜନା ତାଲିକା ପ୍ରକାଶ ପରେ ଥମୁନି ବିବାଦ । ଅଯୋଗ୍ୟଙ୍କ ନାଁ ତାଲିକାରେ ଥିବା ବେଳେ ଯୋଗ୍ୟ ହିତାଧିକାରୀ ନିରାଶ ହୋଇଛନ୍ତି । ପ୍ରତିବାଦ କରିବା ପରେ ବି ଏହାର ଏଯାବତ୍ ସମାଧାନ ହୋଇପାରିନି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡା ଆରିଷଣ୍ଢ ଗାଁ ବେହେରାସାହିରେ । ବହୁ ଗରିବ ଅସହାୟ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏପରିକି କିଛି ହିତାଧିକାରୀ ଭଙ୍ଗାରୁଜା ବାଉଁଶ ଘେରା ଘରେ ରହିଛନ୍ତି । ଗାଁର ଦିବ୍ୟାଙ୍ଗ ବିନି ବେହେରା । ହିତାଧିକାରୀ ତାଲିକାରେ ନାଁ ଆସିଥିଲା । ହେଲେ ମିଳିଲାନି ଘର । ପେଟକୁ ମୁଠାଏ ଖାଇବାକୁ ମିଳୁନଥିବା ବେଳେ ବୁଢୀ ମାଆକୁ ନେଇ ଦହଗଞ୍ଜ ହେଉଛନ୍ତି ବିନି ।

ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନିରାଶ ହୋଇପଡ଼ିଲେଣି । ହେଲେ ଦୁଃଖ ଶୁଣିବାକୁ କେହି ନାହିଁ । ଓଲଟା ଲାଞ୍ଚ ନଦେଲେ କୌଣସି କାମ ହୋଇପାରିବନି ବୋଲି ମିଳିଛି ଧମକ । ଜାଣିଶୁଣି ମାଆ ଓ ଝିଅକୁ ହଇରାଣ କରାଯାଉଥିବା ଦୁଃଖର ସହ କହିଛନ୍ତି ବିନି । ଫନି ବାତ୍ୟାରେ ଘର ଉଜୁଡିଯାଇଥିବା ବେଳ ଏବେ ବାସହରା ହୋଇପଡିଛନ୍ତି । ସେପଟେ ଅଭିଯୋଗ ପାଇବାପରେ ଖୁବଶୀଘ୍ର ଘଟଣାର ତଦନ୍ତ କରାଯାଇ ପଦକ୍ଷପ ନିଆଯିବ ବୋଲି କହିଛନ୍ତି ବିଡିଓ ।