ଜୀବନ ଯୁଦ୍ଧରେ ଯୁବକଙ୍କୁ ହରାଇ ପାରିନାହିଁ ଦୁର୍ଘଟଣା: ଗୋଟିଏ ଗୋଡ କଟି ଯିବା ପରେ ବି ଟ୍ରାକ୍ଟର ଚଳାଉଛନ୍ତି 

50

କନକ ବ୍ୟୁରୋ: ଯୁବକଙ୍କୁ ହରେଇ ପାରିନି ଦୁର୍ଘଟଣା । ଦୁର୍ଘଟଣା ହୁଏତ କିଛି ସମୟ ପାଇଁ ଜୀବନକୁ ଯନ୍ତ୍ରଣାମୟ କରିଥିଲା କିନ୍ତୁ ମନବଳ ଭାଙ୍ଗି ପାରିନି । କି ଦୁର୍ଘଟଣାର ଶିକାର ହେବା ପରେ ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ମଙ୍ଗଳପୁରର କ୍ଷୀରୋଦ ମଲିକ । ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ ମଧ୍ୟ ଅନ୍ୟ ଏକ ଗୋଡ଼ରେ ଟ୍ରାକ୍ଟର ଚଲାଉଛନ୍ତି କ୍ଷୀରୋଦ । ଗୋଟିଏ ଗୋଡ଼ରେ ପାଖାପାଖି ୮ରୁ ୧୦ ଘଂଟା ଟ୍ରାକ୍ଟର ଚଲାଉଛନ୍ତି କ୍ଷୀରୋଦ । ସଂଘର୍ଷ ଭିତରେ ତାଙ୍କର ଦୃଢ ଆତ୍ମବିଶ୍ୱାସ ତାଙ୍କୁ ଏହି କାମରେ ସହଯୋଗ କରିଛି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ୫ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ କ୍ଷୀରୋଦ । ପରିବାର ଚଳାଇବା ପାଇଁ ଅସୁବିଧା ହେଉଥିବା ବେଳେ ଏବେ ଟ୍ରାକ୍ଟର ଚଳାଇ କରିଛନ୍ତି ରେକର୍ଡ଼ ।