କାବୁଲରୁ ଫେରିଲେ ଭାରତୀୟ : ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ

151

କନକ ବ୍ୟୁରୋ : କାବୁଲରୁ ଆସିଲା ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ । ୧୨୦ ଜଣ ଭାରତୀୟଙ୍କୁ ନେଇ ଗୁଜୁରାଟର ଜାମନଗରରେ ପହଂଚିଛି ବାୟୁସେନାର ସି-୧୯ ଏୟାରକ୍ରାଫ୍ଟ । ଆଇଟିବିପି ଯବାନ ଓ ଦୂତାବାସ କର୍ମଚାରୀଙ୍କୁ ନେଇ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅଣାଯାଇଛି । କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ହୋଇ ରହିଥିଲେ । ଏଥିରେ ଥିଲେ ୩୦୦ରୁ ୪୦୦ ଆଇଟିବିପି ଯବାନ ।

ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏସ୍. ଜୟଶଙ୍କର । ଆଂଟୋନି ବ୍ଲିକନଙ୍କ ସହ କଥା ହେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୟଶଙ୍କର । କାବୁଲରେ ବିମାନ ଚଳାଚଳ କରିବାର ଆବଶ୍ୟକତା ଥିବା ନେଇ ଆଲୋଚନା କରିଥିଲେ । ଏପଟେ ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଇ ଏମରଜେନ୍ସି ଏକ୍ସ ମିସ୍କ ଭିସା କ୍ୟାଟାଗୋରୀ ତିଆରି ହୋଇଛି । ଏହା ମାଧ୍ୟମରେ ଆଫଗାନିସ୍ତାନରୁ ଆସିବାକୁ ଥିବା ଲୋକଙ୍କୁ ଭିସା ମିଳିପାରିବ ।