ଚାକିରିଆଙ୍କ ପାଇଁ ବଡ ଖବର ! ଏଣିକି ଖାତାରୁ ଉଠାଇ ପାରିବେ ନାହିଁ ୬୦ ପ୍ରତିଶତରୁ ଅଧିକ ପିଏଫ, ଇପିଏଫଓ କରିପାରେ ବଡ ପରିବର୍ତ୍ତନ ।

24

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫଓ) ପ୍ରୋଭିଡେଣ୍ଟ ଫଣ୍ଡ ଖାତାରୁ ଟଙ୍କା ଉଠାଇବାକୁ ନେଇ ଏକ ବଡ ନିଷ୍ପତ୍ତି ନେବାର ପ୍ରସ୍ତୁତି କରୁଥିବା ଜଣାପଡିଛି । ଏହା ଦ୍ୱାରା ପିଏଫ ଖାତାରୁ ଟଙ୍କା ଉଠାଇବା ପାଇଁ ସର୍ବାଧିକ ସୀମା ନିର୍ଦ୍ଧାରଣ କରାଯାଇପାରେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏଫ ଖାତାରୁ କ୍ରମାଗତ ଭାବେ ବଢିଚାଲିଥିବା ଟଙ୍କା ଉଠାଣ ପ୍ରକ୍ରିୟାକୁ ନେଇ ଇପିଏଫଓ ଚିନ୍ତାରେ ରହିଛି । ଆଉ ଏଥି ପାଇଁ ଏକ ନୂଆ ପ୍ରସ୍ତାବ ପ୍ରଣୟନ ନେଇ ବିଚାର କରାଯାଉଛି ।

ଏହି ପ୍ରସ୍ତାବ ଅନୁଯାୟୀ, ଅବସର ପୂର୍ବରୁ ଟଙ୍କା ଉଠାଣର ସର୍ବାଧିକ ସୀମା ନିର୍ଦ୍ଧାରଣ କରାଯାଇପାରେ । ତେବେ ରିପୋର୍ଟ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୧ ମାସ ପର୍ଯ୍ୟନ୍ତ ବେରୋଜଗାର ରୁହନ୍ତି ତେବେ ସେ ପିଏଫ ଟଙ୍କା ଉଠାଇ ପାରିବେ । ଏହି ପ୍ରସ୍ତାବ ଅନୁଯାୟୀ, କୌଣସି ବ୍ୟକ୍ତି ୧ମାସ ପର୍ଯ୍ୟନ୍ତ ବେରୋଜଗାର ରହିବା ପରେ ପୁରା ଟଙ୍କାର ୬୦ ପ୍ରତିଶତ କିମ୍ବା ତିନି ମାସର ଦରମା ପର୍ଯ୍ୟନ୍ତ ପିଏଫ ଟଙ୍କା ଉଠାଇପାରିବେ । ରିପୋର୍ଟ ଅନୁଯାୟୀ, ଏହି ନିୟମ ୧ ମାସ ପର୍ଯ୍ୟନ୍ତ ବେରୋଜଗାର ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଲାଗୁ କରାଯିବ । ସୂଚନା ଅନୁଯାୟୀ, ଅଧିକ ପିଏଫ ଟଙ୍କା ଉଠାଣକୁ ନେଇ ଚିନ୍ତିତ ଥିବା ଇପିଏଫଓ, ଗତବର୍ଷ ଘର କିଣିବା ଉଦ୍ଦେଶ୍ୟରେ ପିଏଫ ଖାତାରୁ ୯୦ ପ୍ରତିଶତ ପିଏଫ ଉଠାଇବାର ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଥିଲା ।