କଟକଣା ସତ୍ୱେ ଗୁଣ୍ଡିଚା ମନ୍ଦିରରେ ପଶିଲେ ଭକ୍ତ : ବାହାର ରାଜ୍ୟ ଭକ୍ତଙ୍କୁ ନେଇ ମନ୍ଦିର ଭିତରକୁ ଗଲେ ପୋଲିସ କର୍ମଚାରୀ, କ୍ୟାମେରାରେ ଭିଡିଓ କଏଦ

160

କନକ ବ୍ୟୁରୋ : କଟକଣା ସତ୍ୱେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କଲେ ଭକ୍ତ । ବାହାର ରାଜ୍ୟର ଭକ୍ତଙ୍କୁ ମନ୍ଦିର ଭିତରକୁ ନେଲା ପୋଲିସ । ଏକ ଚାରି ଚକିଆ ଗାଡିରେ ଦୁଇ ଜଣ ପୁରୀ ଆସିଥିଲେ । ଗାଡିକୁ ମନ୍ଦିର ସାମ୍ନାରେ ରଖି ମନ୍ଦିରକୁ ଯାଇଥିଲେ । ପୋଲିସ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ଯାଇଥିଲେ । ହେଲେ କ୍ୟାମେରା ସାମ୍ନାରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଖଣ୍ଡନ କରିଛି ପୋଲିସ । ଏମାନେ କେଉଁ ଧର୍ମାବଲମ୍ବୀ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ମନ୍ଦିର ସମ୍ମୁଖରେ କୌଣସି ସୁରକ୍ଷାକର୍ମୀ ନଥିବାରୁ ବାହାର ରାଜ୍ୟର ଭକ୍ତ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।