ଅଚାନକ ଗାୟବ ହୋଇଗଲା ପୁରା ଆଇଲ୍ୟାଣ୍ଡ ! ଆରମ୍ଭ ହେଲା ‘ରେସକ୍ୟୁ ଅପରେସନ୍’ ।

474

ଏମିତି ଏକ ଘଟଣା, ଯାହା ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଜାପାନରେ ଏକ ଆଇଲାଣ୍ଡ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇଛି । ତେବେ ଏହି ଆଇଲାଣ୍ଡରେ କୌଣସି ଜନବସତି ନଥିବା ଜଣାପଡିଛି । ଆଇଲାଣ୍ଡର ନାମ ଏସାବ୍ନେ ହନାକିତା କୋଜିମା ଅଟେ । ଅନେକ ଦିନରୁ କେହି ହେଲେ ମଧ୍ୟ ଏହି ଆଇଲ୍ୟାଣ୍ଡକୁ ନୋଟିସ କରିନଥିଲେ । କିନ୍ତୁ ଅଚାନକ ଏହା ଗାଏବ ହୋଇଯାଇଛି । ଆଇଲ୍ୟାଣ୍ଡ ସମୁଦ୍ରରେ ବୁଡି ଯାଇଥିବା ଜଣାପଡିଛି । କିନ୍ତୁ ଆଇଲ୍ୟାଣ୍ଡ ବୁଡିଯାଇଥିବା ଘଟଣାକୁ ସାମ୍ନାକୁ ଆଣିଛନ୍ତି ଜଣେ ଲେଖକ । ହିରୋଶୀ ଶିମିଜୁ ନାମକ ଏହି ଲେଖକ ଏହି ଆଇଲ୍ୟାଣ୍ଡକୁ ଭ୍ରମଣ କରିବା ସହ ଏହା ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

ଏହି ଲେଖକଙ୍କୁ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଆଇଲ୍ୟାଣ୍ଡଟି ନା ଭୂପୃଷ୍ଠରୁ ପରିଲକ୍ଷିତ ହୋଇଥାଏ ନା ଆଖପାଖରେ ବୁଲୁଥିବା ଜାହାଜମାନେ ଏହାକୁ ଦେଖିପାରିଥାନ୍ତି । କିନ୍ତୁ ପରେ ଏହା ବାବଦରେ ଜଣାପଡିବା ପରେ ଆଇଲ୍ୟାଣ୍ଡକୁ ନେଇ ସ୍ଥାନୀୟ ଲୋକମାନେ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ସତ, କିନ୍ତୁ କେହି ଆଇଲ୍ୟାଣ୍ଡକୁ ଖୋଜି ପାଉନାହାନ୍ତି । ଏହି ଆଇଲ୍ୟାଣ୍ଡଟି ସମୁଦ୍ର ଉପତ୍ୟାକାର ୧.୪ ମିଟର ଉପରେ ରହିଥିଲା । ତେବେ ଆଇଲ୍ୟାଣ୍ଡର ଖୋଜରେ ଜାପାନ ସରକାର ରେସକ୍ୟୁ ମିଶନ ଆରମ୍ଭ କରିଦେଇଛନ୍ତି । ଜଣେ ଅଧିକାରୀହ୍କ କହିବା କଥା, ଝଡ ତୋଫାନ ଏବଂ ବରଫପାତ କାରଣରୁ ଆଇଲ୍ୟାଣ୍ଡଟି ବୁଡି ଯାଇଛି ।