ଅମିଷା ପଟେଲଙ୍କୁ ଚପଲରେ ପିଟୁଥିଲେ ତାଙ୍କ ମାଆ ! ଥାନାକୁ ବି ଯାଇଥିଲା ମାମଲା

89

ବଲିଉଡ ଜଗତରେ ସୁନ୍ଦରୀ ନାୟିକା ଅମିଷା ପଟେଲଙ୍କ କ୍ୟାରିୟର ବେଶ୍ ଦମଦାର ରହିଥିଲା । ‘କହୋ ନା ପ୍ୟାର ହେ’ ସିନେମା ଜରିଆରେ ବଲିଉଡ ଜଗତରେ ପାଦ ଥାପିଥିବା ନାୟିକା ଅମିଷା ପଟେଲ ନିଜର ନିଆରା ଅଭିନୟ ବଳରେ ସିନେ ଦର୍ଶକଙ୍କ ହୃଦୟରେ ସୃଷ୍ଟି କରିପାରିଥିଲେ ଏକ ସ୍ୱତନ୍ତ୍ର ସ୍ଥାନ । ହେଲେ ଏହାପରେ ବି ଏହି ସଫଳ ନାୟିକାଙ୍କ ବାସ୍ତବ ଜୀବନ ଥିଲା ଖୁବ୍ ସଂଘର୍ଷମୟ ।

ସୂଚନା ମୁତାବକ, ସିନେମା ଜଗତରେ ଆସିବା ପୂର୍ବରୁ ଅମିଷା ପଟେଲ ଏବଂ ନେସ୍ ୱାଡିୟାଙ୍କ ଲଭ ଆଫାୟରକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏପରିକି ୱାଡିୟା, ଅମିଷା ପଟେଲଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ କିନ୍ତୁ ଅମିଷା ସିନେମାରେ କାମ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା ।

ଏହାପରେ ଅମିଷାଙ୍କ ନାଁ ଯୋଡି ହୋଇଯାଇଥିଲା ସିନେମା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ଏବଂ ବିକ୍ରମଙ୍କ ପାଇଁ ଅମିଷା ମଧ୍ୟା ନିଜ ଘର ଛାଡିବାକୁ ପଛାଇ ନଥିଲେ । କାରଣ ଅମିଷା ଏବଂ ବିକ୍ରମଙ୍କ ପ୍ରେମ ସଂପର୍କକୁ ପସନ୍ଦ କରୁନଥିଲେ ତାଙ୍କ ପରିବାର ଲୋକେ । ଯେଉଁଥିପାଇଁ ସେ ସବୁବେଳେ ଅମିଷାଙ୍କୁ ବିକ୍ରମଙ୍କ ସହ ମିଶିବାକୁ ବାରଣ କରୁଥିଲେ । ହେଲେ ଅମିଷା କିନ୍ତୁ ନିଜ ଜିଦ୍ଦରେ ଅଟଳ ଥିଲେ ଆଉ ଝିଅର ଏହି ଜିଦ୍ଦ ଆଗରେ ଘର ଲୋକେ ମଧ୍ୟ ନାଚାର ଥିଲେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ବିକ୍ରମଙ୍କ ପାଇଁ ଅମିଷା ଓଲଟା ନିଜ ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିପକାଇଥିଲେ । ଅମିଷାଙ୍କ ଅଭିଯୋଗ ରହିଥିଲା କି, ତାଙ୍କ ମାଆ ତାଙ୍କୁ ଚପଲରେ ପିଟୁଥିଲେ । ସେହିପରି ତାଙ୍କ ବାପା ଏବଂ ଘରର ଅନ୍ୟ ସଦସ୍ୟମାନେ ତାଙ୍କର ରୋଜଗାର ଟଙ୍କାକୁ ଖରାପ ତରିକାରେ ବ୍ୟବହାର କରୁଥିଲେ ।

ଖାଲି ସେତିକି ନୁହେଁ, ବାପ-ଝିଅଙ୍କ ମଧ୍ୟରେ ମନମାଳିନ୍ୟ ଏତେମାତ୍ରାରେ ବଢିଯାଇଥିଲା କି ଅମିଷା ନିଜ ବାପାଙ୍କ ବିରୋଧରେ ୧୨ କୋଟି ଟଙ୍କାର କ୍ଷତି ଭରଣ କରିବାକୁ ଏକ ମାମଲା ବି ଦାଏର କରି ପକାଇଥିଲେ । ଏଥିସହିତ ଅମିଷା ନିଜ ଘର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ କି, ତାଙ୍କ ବାପା ତାଙ୍କ ରୋଜଗାର ଟଙ୍କାର ଦୁରୁପଯୋଗ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଯେଉଁ ବିକ୍ରମ ଭଟ୍ଟଙ୍କ ପାଇଁ ଅମିଷା ନିଜ ଘରଲୋକଙ୍କ ପାଇଁ ଶତ୍ରୁ ପାଲଟିଯାଇଥିଲେ ସେ ବି ତାଙ୍କ ସହିତ ବେଶି ଦିନ ତିଷ୍ଠି ରହିପାରିନଥିଲେ ।

ସୌଜନ୍ୟ: ଜନସତ୍ତା