ମହଙ୍ଗା ପଡିଲା ସୁନ୍ଦରୀ ହେବାର ନିଶା! ଚେହେରା ସର୍ଜରୀ କରି ନାମ ନେଲେ ୱାଂଟେଡ’ର ନାୟିକା

32

ନିଜ ରୂପକୁ ସୁନ୍ଦର କରିବାପାଇଁ କିଛି ମହିଳା ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି । କିନ୍ତୁ ବେଳେବେଳେ ଏହି ପ୍ଲାଷ୍ଟିକ ସର୍ଜରୀ ପରେ ସୁନ୍ଦର ଦିଶିବା ବଦଳରେ ଅଧିକ ଅସୁନ୍ଦର ଦେଖାଯାଅନ୍ତି । ଆଉ ଯାହାର ଶିକାର ହୋଇଛନ୍ତି ୱାଂଟେଡ’ର ନାୟିକା ଆୟେସା ଟାକିଆ ।

ସୂଚନା ଅନୁସାରେ, ନିକଟରେ ଆୟେସା ନିଜର ଓଠ ସର୍ଜରୀ କରିଥିଲେ । କିନ୍ତୁ ଏହି ସର୍ଜରୀ କରିବା ପରେ ତାଙ୍କ ଚେହେରା ସଂପୂର୍ଣ୍ଣ ରୂପେ ବିଗିଡି ଯାଇଥିଲା । ତାଙ୍କର ଓଠ ତାଙ୍କ ମୁହଁଠାରୁ ବଡ ଦେଖାଯିବା ଦ୍ୱାରା ଆୟେସାଙ୍କ ଚେହେରା ଅଧିକ ବିକୃତ ଦେଖାଯାଇଥିଲା । ତେବେ ସର୍ଜରୀ କରିବାର କିଛିଦିନ ପରେ ଯେତେବେଳେ ସେ ଏକ ପାର୍ଟିକୁ ଯାଇଥିଲେ ସେତେବେଳେ ତାଙ୍କୁ ସମସ୍ତେ ଦେଖି ହତବାକ୍ ହୋଇଯାଇଛନ୍ତି ।