ସତ୍ୟ ଘଟଣା ଉପରେ ଆଧାରିତ ହଲିଉଡ ଫିଲ୍ମ ‘ଟାଇଟାନିକ’ ପୁଣି ସିନାମାଘରେ ଦେଖିବାକୁ ପାଇବେ ଦର୍ଶକ । ସିନେମାଟି ୨୦ ବର୍ଷ ତଳେ ତଥା ୧୯୯୭ ରେ ରିଲିଜ୍ ହୋଇଥିଲା । ଯାହା ଦର୍ଶକଙ୍କ ବେଶ୍ ଆଦୃତି ଲାଭ କରିଥିଲା । ତେବେ ପୁଣି ଥରେ ୨୦ ବର୍ଷ ପରେ ଏହି ହଲିଉଡ଼ ଫିଲ୍ମ ‘ଟାଇଟନିକ’ର ନୁଆ ଟ୍ରେଲର ଲଂଚ କରାଯାଇଛି । ସିନେମାଟି ୨ଡ଼ି ଏବଂ ୩ଡ଼ି ସଂସ୍କରଣରେ ରିଲିଜ କରାଯିବ । ସିନେମାଟି ଡ଼ିସେମ୍ବର ୧ ପରଦାକୁ ଆସିବ ।
ଆମେରିକାର ଏଏମଆର ଥିଏଟରରେ ଏକ ସପ୍ତାହ ପାଇଁ ଏହି ସିନେମାଟି ରିଲିଜ କରାଯିବ । ସିନେମାଟି କେବଳ ଆମେରିକାରେ ହିଁ ରିଲିଜ କରାଯିବ ଭାରତରେ ଦର୍ଶକେ କେବଳ ଅନଲାଇନ ମାଧ୍ୟମରେ ହିଁ ଦେଖି ପାରିବେ ।
ଟ୍ରେଲର ରିଲିଜ ଅବସରରେ ନିର୍ଦ୍ଦେଶକ ଜେମ୍ସ କେମରୁନ୍ କହିଛନ୍ତି କି, ସିନେମାକୁ ଦ୍ୱିତୀୟ ଥର ଦେଖିଲେ ବି ଦର୍ଶକଙ୍କୁ ପ୍ରଥମ ଥର ଦେଖିଲା ପରି ଅନୁଭବ ହେବ । ୧୯ ବର୍ଷ ପୁର୍ବରୁୁ ରିଲିଜ ହୋଇଥିବା ‘ଟାଇଟାନିକ’ ଏକ ଦୁଃଖଦ ଘଟଣା ଉପରେ ଆଧାରିତ । ସିନେମାରେ ଜ୍ୟାକ୍ ଏବଂ ରୋଜଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ ବି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/landscape-1489579105-titanic-1.jpg)