ଅଭିନେତ୍ରୀଙ୍କୁ ଅସଦାଚରଣ କରି ଦରମରା ହେଲେ ଯୁବକ !

17

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ପଂଖୁଡି ଅବସ୍ଥି କିଛି ଦିନ ହେଲା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପଂଖୁଡି ଖୁବ୍ ଶୀଘ୍ର ‘କ୍ୟା କସୁର ହେଁ ଅମଲା କା’ଧାରାବାହିକରେ ନଜର ଆସିବେ । ତେବେ ଏହାର ପ୍ରମୋସନ ଅବସରରେ ପଂଖୁଡି ସମସ୍ତଙ୍କୁ ଚକିତ କରିଦେବା ଭଳି ଖୁଲାସା କରିଛନ୍ତି ।

ପଂଖୁଡି କହିଛନ୍ତି କି, ନିକଟରେ ସେ ତାଙ୍କ ବନ୍ଧୁମାନଙ୍କ ସହ ବେଙ୍ଗାଲୁର ଯାଇଥିଲେ । ସେ କହିଥିଲେ , ‘ସେଠାରେ ମୁଁ ସର୍ଟ ଡ୍ରେସ ପିନ୍ଧିଥିଲି । ଆଉ ଏହି ସମୟରେ ଜଣେ ଯୁବକ ମୋର କାନ୍ଧକୁ ଛୁଇଁବାକୁ ପ୍ରୟାସ କରିଥିଲା । ଆଉ ମୁଁ ତାକୁ ଗୋଟେ ଜୋରଦାର ଚାପୁଡା ମାରିଥିଲି ।’

ସେ ଆଉ ମଧ୍ୟ କହିଥିଲେ ,‘ମୁଁ ଯଦି ମୋର ଚିନ୍ତାଧାରା ବ୍ୟକ୍ତ କରେ ତେବେ ସଂପୂର୍ଣ୍ଣ ଭାରତରେ ଯଦି କୌଣସି ସହର ସୁରକ୍ଷିତ ସହର ଥାଏ ତେବେ ତାହା ମୁମ୍ବାଇ ଅଟେ । ମୁଁ ଏକଥା ମଧ୍ୟ କହୁନାହିଁ କେବଳ ସହରରେ ହିଁ ମହିଳାମାନେ ସୁରକ୍ଷିତ । ରାତିରେ ସହରରେ ବୁଲିବା ଗୋଟେ ମହିଳାଙ୍କ ପାଇଁ କୌଣସି ବିପଦରୁ କମ ନୁହେଁ । ପିଲାବେଳେ ମଧ୍ୟ ମୁଁ ଅନେକ ବାର ଏହାର ଶିକାର ହୋଇଛି ମାତ୍ର ସେତେବେଳେ ମତେ ଏବିଷୟରେ କିଛି ଜଣା ନଥିଲା ।’ ତେବେ ତାଙ୍କ ପରିଭାଷାରେ ଯଦି କେହି ତାଙ୍କ ସହ ଅସଦାଚରଣ କରେ ତେବେ ସେ ଚୁପ୍ ରହିବେ ନାହିଁ ।