କେବେ ହୋଟେଲରେ ସ୍ୱାଗତକାରୀ ଭାବେ କାମ କରିଥିବା ଏହି ଅଭିନେତ୍ରୀ ! ଏବେ ପାଲଟିଛନ୍ତି ଯୋଗଗୁରୁ

26

ଆଜି ଆମେ ଆପଣଙ୍କୁ ଜଣେ ଏଭଳି ଅଭିନେତ୍ରୀଙ୍କ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ ଯିଏ କି ନିଜର ଦମଦାର ଅଭିନୟ ବଳରେ ଲୋକଙ୍କୁ ଆକୃଷ୍ଟ କରିବାରେ ହୋଇଥିଲେ ସଫଳ । ତେବେ ସେ ହେଲେ ସ୍ମିତା ଜୟକର । ସ୍ମିତାଙ୍କୁ ଆପଣ ‘ହମ ଦିଲ ଦେ ଚୁକେ ସନମ’ ଏବଂ ‘ଦେବଦାସ’ ଭଳିି ସୁପରହିଟ୍ ସିନେମାରେ ଦେଖିଥିବେ । ତେବେ ସ୍ମିତା ଅଧିକାଂଶ ସିନେମାରେ ମାଆ ଭୂମିକାରେ ନଜର ଆସିଥାନ୍ତି ।

ସ୍ମିତା ଜୟକରଙ୍କ ଜନ୍ମ ମୁମ୍ବାଇରେ । ଆଉ ସେ ସେହିଠାରେ ହିଁ ବଢିଛନ୍ତି । ମୁମ୍ବାଇରେ ସେ ଉଚ୍ଚଶିକ୍ଷା ହାସଲ କରିବା ସହ ଏଲଏଲବିର ପାଠପଢା ମଧ୍ୟ ଶେଷ କରିଥିଲେ । କିନ୍ତୁ ସ୍ମିତାଙ୍କ ଇଚ୍ଛା ଥିଲା ସେ ଜଣେ ଏୟାର ହେଷ୍ଟେସ୍ ହେବାକୁ । ତାଙ୍କର ଏହି ଇଚ୍ଛା ତାଙ୍କୁ ମୁମ୍ବାଇର ତାଜ୍ ହୋଟେଲକୁ ଟାଣି ନେଇ ଯାଇଥିଲା । ତାଜ୍ ହୋଟେଲରେ ସ୍ମିତା ରିସେପ୍ସନିଷ୍ଟ ବା ସ୍ୱାଗତକାରୀ ଭାବେ ମାତ୍ର ୫୦୦ ଟଙ୍କା ଦରମାରେ କାମ କରିଥିଲେ । ସେଠାରେ ସେ ୧୯୭୫ରୁ ୧୯୭୬ ଯାଏଁ କାମ କରିଥିଲେ । ତେବେ ଏହି ସମୟରେ ହିଁ ତାଙ୍କ ସାକ୍ଷାତ୍ ଜଣେ ସିନେମା ନିର୍ଦ୍ଦେଶକଙ୍କ ସହ ହୋଇଥିଲା ଏବଂ ସେ ତାଙ୍କୁ ସିନେମାରେ କାମ କରିବାକୁ ଅଫର କରିଥିଲେ । ଆଉ ସେହିଦିନଠାରୁ ସେ ପଛକୁ କେବେ ବୁଲି ଚାହିଁ ନଥିଲେ ।

ତେବେ, ସ୍ମିତା ନିଜ ସିନେମା କ୍ୟାରିୟର ୧୯୯୫ରେ ସିନେମା ‘ଦିଲ୍ କା ଡାକ୍ଟର’ରୁ ହିଁ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ବଲିଉଡ ସିନେମାରେ ମଧ୍ୟ ନିଜର ଅଭିନୟର ଜଲବା ଦେଖାଇଥିଲେ । ଏହାଛଡା ସେ ମଧ୍ୟ ଅନେକ ଧାରାବାହିକରେ କାମ କରିସାରିଛନ୍ତି । ତେବେ ସେଗୁଡିକ ହେଲା,’ଘର ଆଜା ପରଦେଶୀ’, ‘ୟହାଁ ମେଁ ଘର ଘର ଖେଲି’ ଏବଂ ‘ନୂରଜହାଁ’ ଆଦି । ଏବେ ସେ ଆଧ୍ୟାତ୍ମିକ ଉପରେ ଧ୍ୟାନ ଦେଉଛନ୍ତି । ଏବଂ ଡିପ୍ରେସନରେ ରହୁଥିବା ଲୋକଙ୍କୁ ମେଡିସିନ ଦେଉଛନ୍ତି । ଅର୍ଥାତ୍ ଯୋଗ ଆଦି ଶିଖାଉଛନ୍ତି ।