‘ଦବଙ୍ଗ-୩’ରେ ସଲମାନଙ୍କ ସହ ରୋମାନ୍ସ କରିପାରନ୍ତି ଲୁଲିଆ ବନ୍ତୁର

40

ନାୟିକାଙ୍କ ହୃଦୟରେ ଘର କରିଥିବା ତଥା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କର ଏକ ଅଲଗା ପରିଚୟ ରହିଛି । କେତେବେଳେ ସୁଲତାନ ସାଧାରଣ ଯୁବତୀଙ୍କୁ ନାୟିକା ହେବାର ସୁଯୋଗ ଦେଇଥାନ୍ତି ତ ପୁଣି କେତେବେଳେ କେତେକଙ୍କ ଫ୍ଲପ୍ କ୍ୟାରିଅରକୁ ସଜାଡିବାରେ ସହାୟକ ମଧ୍ୟ କରିଥାନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଜରୀନ୍ ଖାନ, କ୍ୟାଟ୍ରିନା କୈଫ୍, ସ୍ନେହା ଜଲାଲ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଆଥିୟା ସେଟ୍ଟୀ ।

ସେ ଯାହା ହେଉନା କାହିଁକି, ବର୍ତ୍ତମାନ କିନ୍ତୁ ସୁଲତାନଙ୍କୁ ନେଇ କିଛି ଅଲଗା ଖବର ଶୁଣିବାକୁ ମିଳିଛି । ଖବରଟି ହେଉଛି, ସଲମାନ କାଳେ ତାଙ୍କର କଥିତ ଗର୍ଲଫ୍ରେଣ୍ଡ ଲୁଲିୟା ବନ୍ତୁରଙ୍କୁ ନାୟିକା ଭାବେ ଲଂଚ କରିପାରନ୍ତି । ଶୁଣିବାକୁ ମିଳୁଛି ଯେ, ସଲମାନ୍ ତାଙ୍କର ଆଗାମୀ ସିନେମା ‘ଦବଙ୍ଗ-୩’ରେ ଲୁଲିଆଙ୍କୁ ସୁଯୋଗ ଦେଇପାରନ୍ତି । ତେବେ ଏହି ସିନେମାରେ ଲୁଲୁଆଙ୍କ ଭୂମିକା କଣ ରହିବ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡି ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ଲୁଲିଆଙ୍କୁ ସଲମାନ ଖାନଙ୍କ ଭିଣେଇ ତଥା ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀଙ୍କ ସିନେମା ‘ଓ ତେରି’ରେ ଏକ ଆଇଟମ୍ ନମ୍ବରରେ ନଜର ଆସିସାରିଛନ୍ତି । ଯାହାକି ସଲମାନ ଖାନଙ୍କ ଯୋଗୁଁ ସମ୍ଭବ ହୋଇଥିଲା ।

ସୌଜନ୍ୟ: ଆଜତକ୍